ଚାପୁଡ଼ାର ପ୍ରତିଶୋଧ ନେବାକୁ ଯାଇ ବୀମା ଏଜେଣ୍ଟକୁ ହତ୍ୟା କଲେ ଯୁବକ
ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ଥିବା ଏକ ପାର୍କରେ ଜନୈକ ୪୫ବର୍ଷିୟ ବୀମା ଏଜେଣ୍ଟଙ୍କ ମୃତ ଦେହ ମିଳିବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ, ଏହି ମାମଲାର ଅଭିଯୁକ୍ତ ଦର୍ଜି ଶାହିଦ୍କୁ ଗିରଫ କରିଛି ପୁଲିସ । ଗିରଫ କରିବା ପରେ ମୃତ ବୀମା ଏଜେଣ୍ଟ ଅନୀଲ ଶାହୀଦ୍ଙ୍କୁ ଅପମାନିତ କରିବା ସହ ଚାପୁଡ଼ା ମାରିଥିଲେ । ଯାହାର ପ୍ରତିଶୋଧ ନେବାକୁ ଯାଇ ମୁଁ ତାଙ୍କୁ ହତ୍ୟା କରିଛି ବୋଲି ଶାହୀଦ୍ ପୁଲିସ୍ ନିକଟରେ ସ୍ୱୀକାର କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୀଲଙ୍କ ପଡ଼ୋଶୀ ଘରେ ଶାହୀଦ୍ ନିଜର ଦୋକାନ କରିଥିବା ବେଳେ ସିସିଟିଭିରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ା କଏଦ୍ ହୋଇଥିଲା । ଯାହାକୁ ନେଇ ପୁଲିସ ଶାହିଦ୍ଙ୍କୁ ଗିରଫ କରିଥିଲା । ସୂଚନା ମୁତାବକ, ମାସେ ପୂର୍ବରୁ ପାର୍କିଙ୍ଗକୁ ନେଇ ଶାହିଦ୍ ଏବଂ ଅନୀଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଅଧିକ ବଢ଼ିଯିବାରୁ ଅନୀଲ ସର୍ବ ସମ୍ମୁଖରେ ଶାହୀଦ୍ଙ୍କ ଚାପୁଡ଼ା ମାରିଥିଲେ । ଏହି ଘଟଣା ପରେ ଏହାର ପ୍ରତିଶୋଧ ନେବା ପାଇଁ ଅନୀଲଙ୍କୁ ହତ୍ୟା କରିବା ଯୋଜନା କରିଥିଲେ ଶାହୀଦ୍ ।
ସବୁ ଦିନର ଗତିବିଧି ଉପରେ ନଜର ରଖିବା ପରେ ଅନୀଲ ସବୁ ଦିନ ରାତି ୧୦ଟାରେ ଧୂମପାନ କରିବା ପାଇଁ ଘର ପାଖରେ ଥିବା ପାର୍କକୁ ଯାଉଥିବା ଜାଣି ପାରିଥିଲେ ଶହୀଦ୍ । ଯାହା ପରେ ସେ ଘଟଣା ଘଟିଥିବା ଦିନ ଯୋଜନା ମୁତାବକ ଅନୀଲଙ୍କୁ ପାର୍କରେ ହତ୍ୟା କରିଥିଲେ ।