ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ

ବାରଙ୍ଗ: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଗୋଟିଏ ପକ୍ଷରୁ ବିଜୟ ସୁବୁଦ୍ଧି, ବିଷ୍ଣୁ ସାମନ୍ତରାୟ ଓ ଗଣେଶ ସାମନ୍ତରାୟଙ୍କୁ ଗିରଫ କରିଥିବା ବେଳେ ଅନ୍ୟପକ୍ଷର ଅଜୟ ସୁବୁଦ୍ଧି ଓ ବିଜୟ ସୁବୁଦ୍ଧି ଗିରଫ ହୋଇଛନ୍ତି। ଆଜି ଜମି ବିବାଦର ଆପୋସ ସମାଧାନ ହେଉଥିଲା।  ସରପଞ୍ଚ ମମତା ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।  ଏହି ସମୟରେ କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର