ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ବରମୁଣ୍ଡା ବଢ଼େଇସାହି ଅଞ୍ଚଳର ରୋସନ ମହାରଣା(୨୨)ଙ୍କୁ ଗିରଫ କରିଛି। ଶୁକ୍ରବା‌ର ୟୁନିଟ୍‌-୮ ଯୋଡ଼ିସାହି ବସ୍ତିର ରାଜବ ଶାହା ନାମକ ଜଣେ ଯୁବକ ବାଇକ୍‌ରେ ସିଆର୍‌ପି ଛକରୁ ୟୁନିଟ୍-୮କୁ ଫେରୁଥିବା ବେଳେ ରୋସନଙ୍କ ବାଇକ୍‌ ସହ ତାଙ୍କର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ରୋସନ ରାଗିଯାଇ ସେଠାରେ ପଡ଼ିଥିବା ଏକ ପଥର ଉଠାଇ ରାଜବଙ୍କ ମୁଣ୍ଡରେ ଛେଚି ଦେଇଥିଲା। ଫଳରେ ରାଜବ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିବା ସହିତ ପୁଲିସକୁ ଜଣାଇଥିଲେ। ପୁଲିସ ରାଜବକୁ ଚିକିତ୍ସା ପାଇଁ କ୍ୟପିଟାଲ ହସ୍ପିଟାଲ ପଠାଇଥିଲା। ‌ଏନେଇ ରାଜବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ରୋସନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର