ବିଦ୍ୟାଳୟର ୫୮ ବର୍ଷିୟ ମହିଳା କର୍ମଚାରୀଙ୍କ ଦ୍ୱାରା ୪ ବର୍ଷର ବାଳକ ଯୌନ ଉତ୍ପୀଡ଼ନର ଶିକାର

ମୁମ୍ବାଇ: ଦିନକୁ ଦିନ ଶିଶୁମାନଙ୍କ ସହ ଜଡ଼ିତ ଅପରାଧ ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୁମ୍ବାଇର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିବା ଜଣେ ୫୮ ବର୍ଷର ମହିଳା ଏକ ୪ ବର୍ଷର ବାଳକକୁ ଯୌନ ଉତ୍ପୀଡ଼ନ ଦେଇଥିବା ଜଣାପଡ଼ିଛି । ବାଳକଙ୍କ ଗୁପ୍ତାଙ୍ଗରେ କ୍ଷତ ଏବଂ ପେଟ ଯନ୍ତ୍ରଣା ହେବାରୁ ଘଟଣାଟି ସର୍ବସମ୍ମୁଖକୁ ଆସିଛି। ବର୍ତ୍ତମାନ ଘଟଣା ସଂପର୍କରେ ପୁଲିସ୍‌ ଏକ ମାମଲା ରୁଜୁ କରାବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

ଘଟଣା ଅନୁଯାୟୀ , ମୁମ୍ବାଇର ବାଇକୁଲା ବିଦ୍ୟାଳୟରେ ସିନିୟର କେଜିରେ ଅଧ୍ୟୟନରତ ୪ ବର୍ଷର ବାଳକ ରବିବାର ଦିନ ତାଙ୍କ ମାତା-ପିତାଙ୍କୁ ଗୁପ୍ତାଙ୍ଗ ଏବଂ ପେଟ ଯନ୍ତ୍ରଣା ବିଷୟରେ କହିଥିଲେ । ଏହା ପରେ ଶିଶୁକୁ ଚିକିତ୍ସା ପାଇଁ ଡ଼ାକ୍ତରଙ୍କ ପାଖକୁ ନେଇ ଯାଇଥିଲେ ପିତା-ମାତା । ସେଠାରେ ଡ଼ାକ୍ତରୀ ପରୀକ୍ଷା ପରେ ବାଳକଙ୍କ ସହିତ ଦୁଷ୍କର୍ମ ହୋଇଥିବାର ଜଣାପଡ଼ିଥିଲା । ଯାହାପରେ ବାଳକଟିକୁ ପଚରାଯିବାରୁ ବିଦ୍ୟାଳୟର ପିଅନ ମାଉସୀ ବାଥ୍‌ରୁମ୍‌ରେ ତାଙ୍କ ସହିତ ଦୁଷ୍କର୍ମ କରିଥିବାର କହିଥିଲେ। ଏହା ଶୁଣିବା ପରେ ଅଭିଭାବକଙ୍କ ଗୋଡ଼ ତଳୁ ମାଟି ଖସି ଯାଇଥିଲା।

ଅଭିଭାବକ ଘଟଣା ସଂପର୍କରେ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଜଣାଇବା ସହ ଏହା ନେଇ ଏକ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତ ପିଅନ ମହିଳାଙ୍କୁ ଡ଼କାଇ ପଚାରାଉଚରା ପରେ ସେ କିଛି କରି ନାହାନ୍ତି ବୋଲି କହିଥିବାର ଜଣାପଡ଼ିଛି। ତେବେ ମହିଳାଙ୍କୁ ପୋକ୍ସୋ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର