ଗର୍ଭବତୀ ପତ୍ନୀଙ୍କୁ ଘରୁ ତଡିବାରୁ ସ୍ୱାମୀଙ୍କୁ ୨୨ ବର୍ଷ ଜେଲ ଦଣ୍ଡାଦେଶ!

ଅହମ୍ମଦାବାଦ : ଏଭଳି ଏକ କଠୋର ଦଣ୍ଡାଦେଶ ଶୁଣାଇଛି ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ପାରିବାରିକ ଅଦାଲତ। ଯେଉଁଠି ଜଣେ ୫୫ବର୍ଷୀୟ ଯୁବକଙ୍କୁ କୋର୍ଟ ୨୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି। ଉକ୍ତ ବ୍ୟକ୍ତି ଜଣଙ୍କର ଦୋଷ ଏହା ଥିଲା କି ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ ଓ ତାଙ୍କୁ ନିଜ ଘରୁ ବାହାର କରିଦେଇଥିଲା। ଏପରିକି ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କର ପତ୍ନୀଙ୍କୁ ଚଳିବା ପାଇଁ ଟଙ୍କାଟିଏ ମଧ୍ୟ ଦେଉନଥିଲେ। ଶୁଣିବାକୁ ମିଳିଛି କି, ଏଭଳି ଦଣ୍ଡାଦେଶ ଏପର୍ଯ୍ୟନ୍ତର ସବୁଠାରୁ ଲମ୍ବା ଦଣ୍ଡାଦେଶ ଅଟେ।

ସୂଚନା ଅନୁସାରେ, ପୀଡିତାଙ୍କ ପତି ମଧ୍ୟପ୍ରଦେଶରେ ରୁହନ୍ତି। ସେହିପରି ତାଙ୍କର ୫୦ ବର୍ଷୀୟ ପତ୍ନୀ ଏବଂ ୨୮ ବର୍ଷୀୟ ଝିଅ ଅହମଦାବାଦରେ ବାସକରନ୍ତି। କୋର୍ଟ ଭରଣପୋଷଣ ବାବଦକୁ ଭତ୍ତା ନଦେବା କାରଣରୁ ମଧ୍ୟପ୍ରଦେଶ ପୁଲିସ ଅଧିକାରଙ୍କୁ ତୁରନ୍ତ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆହୁରୀ ମଧ୍ୟ କହିଛି କି, ନିୟମାନୁସାରେ, ଯଦି ଜଣେ ବ୍ୟକ୍ତି ନିଜର ପତ୍ନୀଙ୍କୁ ତାର ଭରଣ ପୋଷଣ ବାବାଦକୁ ଟଙ୍କା ନ ଦିଅନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଏହି ମାମଲାରେ ପତି ଜଣକ ନା ହିଁ ନିଜ ପତ୍ନୀଙ୍କର ଭରଣପୋଷଣ ପାଇଁ ଟଙ୍କା ଦେଉଥିଲେ ନା ହିଁ କୋର୍ଟରେ ହାଜର ହେଉଥିଲେ।

ସେହିପରି, ମାମଲାଟିର ଶୁଣାଣି କରିବାକୁ ଯାଇ କୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ଅଭିଯୁକ୍ତ ପତିଙ୍କ ନିକଟକୁ ପଠାଯାଇଥିବା ନୋଟିସକୁ ସେ ସମ୍ମାନ କରୁନଥିଲେ କି କୋର୍ଟରେ ଶୁଣାଣି ସମୟରେ ହାଜର ହେଉନଥିଲେ। ଯେଉଁଥି ପାଇଁ ବାଧ୍ୟ ହୋଇ କୋର୍ଟକୁ ଏଭଳି ନିଷ୍ପତ୍ତି ନେବାକୁ ପଡିଥିଲା। ତେବେ ଯେଉଁମାନେ କୋର୍ଟ କଚେରୀକୁ ଆଦୌ ଭୟ କରୁ ନାହାଁନ୍ତି ସେମାନଙ୍କ ପାଇଁ ଏଭଳି ଦଣ୍ଡାଦେଶ କୌଣସି ଉଦାହରଣରୁ କମ ନୁହେଁ ବୋଲି କୋର୍ଟ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର