ଷ୍ଟେସନ୍‌ରେ ଲେମ୍ବୁ ପାଣି ପ୍ରସ୍ତୁତିର ଭିଡିଓ ଭାଇରାଲ, ରେଳବାଇ ବିକ୍ରି ଉପରେ ଅଙ୍କୁଶ ଲଗାଇଲା

ନୂଆଦିଲ୍ଲୀ: କିଛିଦିନ ତଳେ ମୁମ୍ବାଇ କୁର୍ଲା ରେଳ ଷ୍ଟେସନ୍‌ର ଜଣେ କର୍ମଚାରୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଲେମ୍ବୁପାଣିର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ରୀୟ ରେଳବାଇ ଶକ୍ତ ପଦକ୍ଷେପ ନେଇଛନ୍ତି। ଏହି ପୂରା ମାମଲାକୁ ନେଇ କେନ୍ଦ୍ରୀୟ ରେଳବାଇ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି। କେନ୍ଦ୍ରୀୟ ରେଳବାଇ (ମୁମ୍ବାଇ ଡିଭିଜନ୍‌) ସମସ୍ତ କ୍ୟାଟରିଙ୍ଗ ୟୁନିଟ୍‌କୁ ଷ୍ଟେସନ ପରିସରରେ ଲେମ୍ବୁପାଣି, ଅରେଞ୍ଜ ଜୁସ୍‌ ଓ କୋଲା ଆଦି ବିକ୍ରି ଉପରେ ତତ୍କାଳ ଅଙ୍କୁଶ ଲଗାଇବା ପାଇଁ ଆଦେଶ ଦେଇଛନ୍ତି। ସେଣ୍ଟାଲ ରେଲେଓ୍ଵ ପକ୍ଷରୁ ଏହି କର୍ଯ୍ୟାନୁଷ୍ଠାନ କୁର୍ଲା ରେଲେଓ୍ଵ ଷ୍ଟେସନ୍‌ର ଏହି ଭିଡିଓ ଭାଇରାଲ ହେବାପରେ ନିଆଯାଇଛି।

ପାଖାପାଖି ଏକ ସପ୍ତାହ ହେବ ମୁମ୍ବାଇର କୁର୍ଲା ଷ୍ଟେସନ୍‌ରେ ଜଣେ ଯାତ୍ରୀ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓ ଦେଖିବାକୁ ମିଳୁଛି କି, ଏକ ଷ୍ଟଲର କର୍ମଚାରୀ ବାଲଟିରେ ଅପରିଷ୍କାର ହାତରେ  ଲେମ୍ବୁ ଚିପୁଡୁଛନ୍ତି। । କେବଳ ଏତିକି ନୁହେଁ ପାଣି ପ୍ରସ୍ତୁତ ପାଇଁ ଓଭର ହେଣ୍ଡ ଟ୍ୟାଙ୍କର ପାଣି ବ୍ୟବହାର କରୁଥିବା ବି ଦେଖିବାକୁ ମିଳୁଛି। ମଝି-ମଝିରେ ଟାଙ୍କିରେ ଭର୍ତ୍ତି ଥିବା ପାଣିକୁ ବାଲଟିରେ ନେଇ ଲେମ୍ବୁ ପାଣି ପ୍ରସ୍ତୁତ କରୁଛନ୍ତି। ଲେମ୍ବୁ ପାଣିରେ ଭର୍ତ୍ତି ହୋଇଥିବା ଡ୍ରମକୁ ସେହି କର୍ମଚାରୀ ପରେ ଷ୍ଟଲ୍‌ରେ ରଖି ବିକ୍ରି କରୁଛି।

ସମ୍ବନ୍ଧିତ ଖବର