ଯାତ୍ରୀଙ୍କୁ ମାଡ଼ ମାରି ଲୁଟ

୩ ଗିରଫ, ମୋବାଇଲ୍‌ ଓ ଟଙ୍କା ଜବତ

ଭୁବନେଶ୍ୱର: ଜଣେ ରେଳଯାତ୍ରୀଙ୍କୁ ମାଡ଼ ମାରି ମୋବାଇଲ୍‌ ଓ ଟଙ୍କା ଲୁଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ମୋବାଇଲ୍‌ ଓ ସାଢ଼େ ୭ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ, ଶାନ୍ତିପଲ୍ଲୀ ବସ୍ତିର କାହ୍ନ ସୁଆର(୧୯), କିଷାନ ଗୁଣି (୨୪) ଓ କାହ୍ନ ଗୁଣି (୨୦)। ଶନିବର ସକାଳେ ସନ୍ତୋଷ ମହାରଣା ନାମକ ଜଣେ ରୋଳଯାତ୍ରୀ ଭଦ୍ରକରୁ ଭୁବନେଶ୍ୱର ଆସିଥିଲେ। ସେ ମାଷ୍ଟରକ୍ୟାଣ୍ଟିନ୍‌ରେ ଓହ୍ଲାଇବା ବଦଳରେ ଭୁଲ୍‌ରେ ବାଣୀବିହାର ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଥିଲେ। ମୁଖ୍ୟ ରାସ୍ତାକୁ ଯିବା ପାଇଁ ବାଟ ନ ପାଇବାରୁ ସେଠାରେ ଥିବା ଜଣେ ଯୁବକଙ୍କୁ ବାଟ ପଚାରିଥିଲେ। ତେବେ ସନ୍ତୋଷ ଭୁବନେଶ୍ୱରକୁ ନୂଆ ଆସିଥିବା ଜାଣି ସୁଆର, କିଷାନ ଓ କାହ୍ନ ତାଙ୍କଠାରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ସନ୍ତୋଷ ବାଣୀବିହାର ଷ୍ଟେସନ୍‌ ରୋଡ୍‌ରୁ ମୁଖ୍ୟ ରାସ୍ତା ଆଡ଼କୁ ଯାଉଥିବା ସମୟରେ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କଠାରୁ ଗୋଟିଏ ମୋବାଇଲ୍‌ ଓ ସାଢ଼େ ୭ହଜାର ଟଙ୍କା ନେଇ ଯାଇଥିଲେ। ଏନେଇ ସନ୍ତୋଷ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର