ଡକାୟତି ଉଦ୍ୟମ, ୩ ଗିରଫ

ପୁରୁଣା ଭୁବନେଶ୍ୱର: ଡକାୟତି ଉଦ୍ୟମ ଅଭିଯୋଗରେ ଏୟାରଫିଲ୍‌ଡ ଥାନା ପୁଲିସ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବିଡିଏ କଲୋନିର ପ୍ରଦୀପ ସାହୁ(୨୮), କିଷାନ ସ୍ୱାଇଁ(୨୦) ଓ ଏୟାରଫିଲ୍‌ଡ ଥାନା ଅଧୀନ ବରକୁଦା ଗ୍ରାମର ଲକି ଓରଫ ଦୀପୁ ରଞ୍ଜନ ପତି(୨୫)। ପୁଲିସ ସେମାନଙ୍କଠାରୁ ୩ଟି ମୋବାଇଲ୍‌, ଭୁଜାଲି କଟୁରି ଓ ଏକ ଶାବଳ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ଆଜି ସେମାନେ କାର୍ଗିଲ ବସ୍ତିର ଆଖଣ୍ଡଳମଣି ମନ୍ଦିରରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। ସେତିକିବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର