ରାହାଜାନି ଅଭିଯୋଗରେ ୪ ଅଟକ

ଖଣ୍ଡଗିରି: ସ୍ଥାନୀୟ ଅଞ୍ଚଳରେ ରାହାଜାନି କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ୪ ଯୁବକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ସେମାନଙ୍କଠାରୁ କିଛି ମାରଣାସ୍ତ୍ର ଓ ଲୁଟ୍‌ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ତେବେ ଅଧିକ ତଦନ୍ତ ଜାରି ରହିଥିବାରୁ ପୁଲିସ ଏ ନେଇ ମୁହଁ ଖୋଲିନାହିଁ। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଗତ କିଛି ଦିନ ହେଲା ଡୁମୁଡୁମା ଓ ପଞ୍ଚସଖାନଗର ଅଞ୍ଚଳରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇ ଦେଇଥିଲେ। ଏମିତିକି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ପୁଲିସ କର୍ମଚାରୀଙ୍କୁ ହାଣି ଖସି ପଳାଇଥି‌ଲେ। ଏହି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ଲୋକଙ୍କୁ ଟାର୍ଗେଟ୍‌ କରି ଲୁଟ୍‌ପାଟ୍‌ କରୁଥିଲେ ବୋଲି ଅଭିଯୋଗ ହୋଇ ଆସୁଥିଲା। ତେଣୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ତେବେ ଅଟକ ଥିବା ଦୁର୍ବୃତ୍ତମାନେ ଏହି କାଣ୍ଡରେ ଲିପ୍ତ ଥିଲେ କି ନା, ତାହା ପୁଲିସ ସ୍ପଷ୍ଟ କରିନାହିଁ।

ସମ୍ବନ୍ଧିତ ଖବର