ଚେନ୍ନାଇ: ତାମିଲନାଡୁର ବିଲ୍ଲୁପୁରମ ଜିଲ୍ଲାରେ ଜଣେ ବ୍ୟକ୍ତି ପଡୋଶୀ ସହିତ ଆଫେୟାର ଥିବା ସନ୍ଦେହରେ ୨୫ବର୍ଷୀୟ ପତ୍ନୀଙ୍କୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ପତ୍ନୀକୁ ହତ୍ୟା କରିବା ପୂର୍ବରୁ ସ୍ୱାମୀ ସ୍ମାର୍ଟଫୋନରେ ବହୁ ସଂଖ୍ୟାରେ ମର୍ଡର ଭିଡିଓ ଡାଉନ୍ଲୋଡ କରି ଦେଖିଥିଲା। ହତ୍ୟା ପରେ ପ୍ରମାଣ କିପରି ନଷ୍ଟ କରାଯାଏ ସେଥିପାଇଁ ସେ ଏହି ଭିଡିଓ ଦେଖିଥିଲା। ଏହାପରେ ସ୍ୱାମୀ ତାର ଅନ୍ତସତ୍ତ୍ୱା ପତ୍ନୀଙ୍କୁ ହତ୍ୟା କରିବା ପରେ ତାକୁ ଦୁର୍ଘଟଣାବଶତଃ ମୃତ୍ୟୁର ନାମ ଦେଇଥିଲା। ପୁଲିସ ଘଟଣାର ଯାଞ୍ଚ କରିବା ପରେ ସତ୍ୟ ଘଟଣା ସାମ୍ନାକୁ ଆସିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ୨୦ବର୍ଷ ହେବ ମୁମ୍ବାଇରେ ବସବାସ କରୁଥିବା ରାମଦାସଙ୍କ ବିବାହ ୪ବର୍ଷ ପୂର୍ବେ ପୁଷ୍ପା ନାମକ ଯୁବତୀଙ୍କ ସହିତ ହୋଇଥିଲା। ବିବାହ ପରେ ରାମାଦାସ ଓ ପୁଷ୍ପାଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା। ୪ମାସ ପୂର୍ବେ ରାମାଦାସ ନିଜର ପରିବାର ଲୋକଙ୍କ ସହିତ ବଲ୍ଲୁପୁରମସ୍ଥିତ ନିଜ ଗ୍ରାମକୁ ବୁଲିବାକୁ ଆସିଥିଲେ। ଏଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ନେଇ ବିବାଦ ହୋଇଥିଲା। ଏହାପରେ ପୁଷ୍ପା ରାଗି ଯାଇ ନିଜ ବାପଘରକୁ ଚାଲି ଯାଇଥିଲା। ଏହାପରେ ରାମାଦାସ ପୁଷ୍ପାକୁ ହତ୍ୟା କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଥିଲା। ଆଉ ଏଥିପାଇଁ ସେ ନିଜ ସ୍ମାର୍ଟଫୋନ୍ରେ ୫୦ରୁ ଅଧିକ ହତ୍ୟା ଭିଡିଓ ଡାଉନ୍ଲୋଡ କରି ଦେଖିଥିଲା। ସେ ଏହି ଭିଡିଓ ଦେଖିବାର କାରଣ ହତ୍ୟା କରିବା ପରେ ପ୍ରମାଣ କିପରି ହଟାଇ ହେବ ସେ ନେଇ କୌଶଳ ଆପଣାଉଥିଲା।
ଜୁଲାଇ ୧୫ ତାରିଖରେ ପୁଷ୍ପାଙ୍କ ମୃତଦେହ ତାଙ୍କ ଗ୍ରାମ ପୋଖରୀରୁ ମିଳିଥିଲା। ଏହାପରେ ଏହି ଘଟଣା ବିଷୟରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାମଦାସକୁ ପଚରାଉଚରା କରିଥିଲା। ଏହି ସମୟରେ ରାମଦାସ ପତ୍ନୀର ମୃତ୍ୟୁ ଦୁର୍ଘଟଣାବଶତଃ ପୋଖରୀରେ ବୁଡି ହୋଇଥିବା କଥା କହିଥିଲା। ପୁଲିସକୁ ରାମଦାସ କଥାରେ ସନ୍ଦେହ ହେବାରୁ ସେ ରାମଦାସକୁ ଅଟକ ରଖିବା ସହିତ ତାର ଫୋନ୍କୁ ଜବତ କରି ନେଇଥିଲା। ପୁଲିସ ଫୋନ୍ ଯାଞ୍ଚ କରି ଜାଣିବାକୁ ପାଇଲା ଯେ ରାମଦାସ ଫୋନ୍ରୁ ଅନେକ ଭିଡିଓ ଡିଲିଟ କରିଛି। ଏହାକୁ ଆଧାର କରି ଫୋନ୍ ରିକଭରି କରି ଯେଉଁ ଭିଡିଓ ଓ ଫଟୋ ଡିଲିଟି ହୋଇଥିଲା ତାହାକୁ ରି-ଷ୍ଟାର କରିଥିଲା ପୁଲିସ। ଏହାପରେ ରାମଦାସ ନିଜ ଦୋଷ ସ୍ୱୀକାର କରିଥିଲା। ପଡୋଶୀ ସହିତ ପତ୍ନୀର ଅନୈତିକ ସମ୍ପର୍କ ଥିବା ହେତୁ ରାମଦାସ ତାକୁୁ ହତ୍ୟା କରିଥିବା କଥା ପୁଲିସ ଆଗରେ କହିଛି।