ପାଣି ଗ୍ଲାସ୍‌ ନ ଦେବାରୁ ୮ ବର୍ଷୀୟ ଝିଅକୁ ହତ୍ୟା କଲେ ବାପ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଅଶୋକ ନଗର ଠାରେ ଜଣେ ୮ ବର୍ଷୀୟ ବାଳିକାକୁ ତା’ର ବାପ ତଣ୍ଟି ଚିପିବା ସହ ଘର ବାହାର ରାସ୍ତାରେ ତା’ ମୁଣ୍ଡକୁ ପିଟି ହତ୍ୟା କରିଛନ୍ତି। ତିନି ଦିନ ଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ଦିନ ଝିଅଟି ମୃତ୍ୟୁ ବରଣ କରିଛି। ମଙ୍ଗଳବାର ଦିନ ଝଅଟ୍‌କିନି ପାଣି ଗିଲାସେ ନ ଦେବାରୁ ବାପ ତାଙ୍କୁ ମାରିଥିଲେ।

ସ୍ୱାମୀ ଅବଦୁଲ୍‌ ଝିଅକୁ ମାରିବା ଖବର ଜଣାଇ ତା’ର ମାଆ ପିସିଆର୍‌କୁ ଫୋନ୍‌ କଲେ। ଦଳେ ପୁଲିସ ପହଞ୍ଚି ତୁରନ୍ତ ରୁକ୍ସାର୍‌ ନାମ୍ନୀ ସେ ଝିଅଟିକୁ ଲାଲ୍‌ ବାହାଦୁର ଶାସ୍ତ୍ରୀ ହସ୍‌ପିଟାଲ୍‌କୁ ନେଇ ଥିଲେ। ବଡ଼ ସାଙ୍ଘାତିକ ମସ୍ତିଷ୍କ ଆଘତ ପାଇଥିବା ଝିଅଟି ସେଠାରେ ଭର୍ତ୍ତି ହେଲେ।

ପ୍ରାଥମିକ ଅବସ୍ଥାରେ ରୁକ୍‌ସାର୍‌ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିଲା। କିନ୍ତୁ ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥରେ ଅବନତି ଘଟିଲାରୁ ତାଙ୍କୁ ଜିଟିବି ସହ୍‌ପିଟାଲ୍‌କୁ ନିଆଯାଇ ଭେଣ୍ଟିଲେଟର୍‌ରେ ରଖାଗଲା। ଅଳ୍ପ କେତେଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଗଲା।

ଅବଦୁଲଙ୍କ ପତ୍ନୀ ପୁଲିସବାଲାଙ୍କୁ କହିଛନ୍ତି: ଝିଅ ଓ ସ୍ୱାମୀ ଥିବା ଘରେ ମୁଁ ନ ଥିଲି। ଭଉଣୀ ସହ ଫୋନ୍‌ରେ କଥାବାର୍ତ୍ତା କରୁଥିବାବେଳେ ସ୍ୱାମୀ ଝିଅକୁ ପାଟି କରୁଥିବା ଶୁଣିଲି। କ’ଣ ହେଲା ବୋଲି ଦୌଡ଼ି ଆସି ଦେଖିଲା ବେଳକୁ ସେ ରୁକ୍ସାର ଚୁଟି ଧରି ଦୁଆର ଆଡ଼କୁ ଘୋଷାରି ନେଉଛନ୍ତି।
ଅବ୍‌ଦୁଲଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ମଧ୍ୟ ଚଟକଣା ମାରିଲେ। ସେ ତଳେ ପଡ଼ିଯିବାରୁ ଅବ୍‌ଦୁଲ୍‌ ଝିଅର ବେକକୁ ଧରି ଉଠାଇ ତାକୁ ରାସ୍ତାରେ ଉପରେ କଚାଡ଼ି ଦେଲେ। ଝିଅ ମୁହଁମାଡ଼ି ହୋଇ ରାସ୍ତାରେ ପଡ଼ିଲା। ତା’ପରେ ଅବ୍‌ଦୁଲ୍‌ ଚୁପ୍‌ଚାପ୍‌ କିଛି ନ ହେଲା ପରି ଘର ଭିତରକୁ ଚାଲି ଚାଲି ଫେରି ଆସିଲେ।

ଅଳ୍ପ କିଛି ମାସ ହେବ ଅଭିଯୁକ୍ତ ଝିଅ ଓ ପତ୍ନୀଙ୍କ ସହ ଆସି ଦିଲ୍ଲୀରେ ଘର ଭଡ଼ା ନେଇ ରହୁଥିଲେ। ଅବଦୁଲ୍‌ ମଦ୍ୟପାନ କରି ପତ୍ନୀଙ୍କୁ ମଧ୍ୟ ମାରଧର କରେ।

ଧରା ୩୦୪ଏ ଆଧାରରେ ମାମଲା ରୁଜୁ କରି ଅବ୍‌ଦୁଲଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର