ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ବିଜେପି ନେତାଙ୍କ ପୁଅ; ୨ ମୃତ, ୨ ଗୁରୁତର

ଜୟପୁର: ଗାନ୍ଧିନଗର ରେଳବାଇ ଷ୍ଟେସନ୍‌ ନିକଟସ୍ଥ ରାସ୍ତାରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ୍‌ ସଭ୍‌ ଚଳାଉଥିବା ବେଳେ ଗୁରୁବାର ରାତିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଜେପି ନେତା ବଦ୍ରି ମୀନାଙ୍କ ୩୫ ବର୍ଷିଅ ପୁଅ ଭାରତ ଭୁଷନ ମୀନା ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏପରି ଘଟିଛି।

ଗୁରୁବାର ରାତି ୧୧ଟା ସମୟରେ ୪ ଜଣ ଶ୍ରମିକ ରାସ୍ତାରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଯଦିଓ ଦୁର୍ଘଟଣା ପରେ ପରେ ହିଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା, ତଥାପି ବି ୨ ଜଣଙ୍କ ଜୀବନ ବଞ୍ଚାଇ ହୋଇନାହିଁ।

ମୃତକ ଦ୍ୱୟ ହେଉଛନ୍ତି ସଜିଦ୍‌ ଖାନ(୨୫) ଏବଂ ଜଗମୋହନ ଯାଦବ(୪୦)। ସେହିପରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସତ ହେଉଛନ୍ତି ବୁନ୍ଦି ଜିଲ୍ଲାର ନାନୁରାମ ବୈରା(୩୫) ଏବଂ ମଧ୍ୟପ୍ରଦେଶର ସୀତାରାମ ଯାଦବ(୪୨)।

ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୁଲିସ୍‌ ଅଭିଯୁକ୍ତକୁ ଖୋଜି ପାଇବାରେ ସମର୍ଥ ହୋଇଛି। ଭାରତଙ୍କ ଡାକ୍ତରୀ ପରୀକ୍ଷା କରାଯିବା ପରେ ଜାଣିବାକୁ ମିଳିଛି ଯେ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ନିଜ ଉପରେ ଆୟତ୍ତ ନ ରଖିପାରିବାରୁ ଏପରି ଅଘଟଣ ଘଟିଛି।

ସମ୍ବନ୍ଧିତ ଖବର