ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କିମ୍ଭିରିଆ ବସ୍ତିର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ(୫୧)।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ମୁତାବକ, ପୂର୍ଣ୍ଣ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ତରଫା ଭାବେ ଭଲ ପାଉଥିଲା। ନାବାଳିକା ଜଣକ ଘରେ ଏକୁଟିଆ ଥିବା ଦେଖି ପୂର୍ଣ୍ଣ ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।