ସିସିଟିଭି କ୍ୟାମେରାରେ ଗ୍ରିସ୍ ଲଗାଇ ୩୦ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ୍ ତାଡି ନେଇଗଲା ଚୋର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର ନଗରର ନଓ୍ଵାଦା ମେଟ୍ରୋ ଷ୍ଟେସନ୍ ନିକଟରେ କରପୋରେସନ୍ ବ୍ୟାଙ୍କର ଦୁଇଟି ଏଟିଏମ୍କୁ ଦୁର୍ବୃତ୍ତ ତାଡି ନେଇ ଯାଇଥିବା ସୂଚନା ମିଳିଛି। ଦୁଇଟି ଏଟିଏମ୍ରେ ପାଖାପାଖି ୩୦ଲକ୍ଷ ଟଙ୍କା ଥିଲା। ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ ମୁତାବକ, ଉତ୍ତରନଗର ଥାନା ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଞ୍ଚରୁ ଜଣାପଡ଼ିଲା କି, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍ରେ ପଶିବା ପରେ ସିସିଟିଭି କ୍ୟାମେରାରେ କଳାରଙ୍ଗର ସ୍ପ୍ରେ କରି ଏଟିଏମ୍କୁ ତାଡି ନେଇଥିଲେ। ମଙ୍ଗଳବାର ସକାଳେ ଯେତେବେଳେ କର୍ମଚାରୀ ବ୍ୟାଙ୍କରେ ପହଞ୍ଚିଥିଲେ ସେମାନେ ଏଟିଏମ୍ ବୁଥ୍ର କାଚ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ସେ ଯାଇ ଦେଖିଲା ବେଳକୁ ଦୁଇଟି ଏଟିଏମ୍ ସେଠାରେ ନଥିଲା। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ନରେ ଏହି ଏଟିଏମ୍ ଭିତରେ ୧୬ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ଅନୁମାନ କରାଯାଉଛି ଏହି ଏଟିଏମ୍ ଭିତରେ ୩୦ଲକ୍ଷ ଟଙ୍କା ଥିଲା। ଏଟିଏମ୍ ତାଡି ନେବା ପରେ ଜାଣିଶୁଣି ଦୁର୍ବୃତ୍ତ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଗ୍ରିସ୍ ଲଗାଇ ଦେଇଥିଲେ।