କବାଟ ବାଡ଼େଇ ମହିଳାଙ୍କୁ ବାହାରକୁ ଡ଼ାକିବା ପରେ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ ଯୁବକ
ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତକୁଞ୍ଜରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ଯୁବକ ଜନୈକା ମହିଳାଙ୍କୁ ଘର ଭିତରୁ ବାହାରକୁ ଡ଼ାକି ତାଙ୍କ ସମ୍ନାରେ ଆପତ୍ତିଜନକ କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୂତାବକ, ଏହି ଘଟଣାଟି ଘଟିଥିଲା ବସନ୍ତକୁଞ୍ଜର ଡ଼ି ବ୍ଲକ୍ରେ । ଗୁରୁବାର ରାତି ୧୧.୩୦ ସମୟରେ କେହି ଜଣେ ପୀଡ଼ିତାଙ୍କ ଘରର କବାଟ ବାଡ଼େଇଥିଲେ । ପୀଡ଼ିତା ଜଣଙ୍କ କବାଟ ଖୋଲିବା ପରେ ଜଣେ ଅଜଣା ଯୁବକ ଠିଆ ହୋଇଥିବାର ସେ ଦେଖିଥିଲେ । ଯୁବକ ଜଣଙ୍କ ପୀଡ଼ିତାଙ୍କୁ କିଛି ପଚାରିବା ଆରମ୍ଭ କରିବା ସହ ତା’ଙ୍କ ସାମ୍ନାରେ ଆପତ୍ତିଜନକ କାମ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ଉକ୍ତ ଯୁବକ ଜଣଙ୍କ ତାଙ୍କୁ ଅସଦାଚରଣ କରିବା ପାଇଁ ଉଦ୍ୟମ କରିବାରୁ ଯୁବତୀ ଜଣଙ୍କ ପାଟି କରି ପଡ଼ୋଶୀମାନଙ୍କୁ ଡ଼ାକିଥିଲେ । ଧରା ପଡ଼ିବା ଡ଼ରରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଖସି ପଳାଇଥିଲା । ଏହା ପରେ ପୁଲିସରେ ଏ ନେଇ ଜଣାଇବା ପାଇଁ ପୀଡ଼ିତା ଜଣଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଚେକ୍ କରିବା ପରେ ଅଭିଯୁକ୍ତଙ୍କ ଅପରାଧିକ କାମ ସେଥିରେ କଏଦ୍ ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣଙ୍କ ସନ୍ଦୀପ୍ ଚୌହାନ୍ ବୋଲି ଜଣା ପଡ଼ିଛି ।