ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନରେ ଥିବା ପୁରୁଣା ଷ୍ଟେସନ୍ ବଜାରର ବୁଦ୍ଧ ନଗର ଅଞ୍ଚଳରୁ ଦିନଦ୍ୱିପ୍ରହରରେ ଘରେ ପଶି ଚୋରି କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ଏସ୍ ସନ୍ତୋଷ ବୋଲି ଥାନା ସୂତ୍ରରୁ ଜଗଣାପଡ଼ିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେ ପୁରୁଣା ଷ୍ଟେସନ୍ ବଜାର ମୋଚି ସାହିରେ ରୁହେ। ପୁଲିସ ସୂଚନାନୁଯାୟୀ ଗତ ୧୫ ତାରିଖ ଦିନ ନବୀନ ପୁରୁଣା ବଜାର ନିକଟରେ ଥିବା ସୁବ୍ରତ ଶଙ୍କର ସାମନ୍ତରାୟଙ୍କ ଘରେ ପଶି ଦୁଇଟି ମୋବାଇଲ ଫୋନ୍ ଚୋରି କରିଥିଲା। ଏନେଇ ସୁବ୍ରତ ସୋମବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଗତକାଲି ପୁଲିସ ନବୀନକୁ ତା ଘରୁ ଉଠାଇ ଆଣି ଥାନାରେ ପଚରାଉଚରା କରିବାରୁ ସେ ସବୁ ସତ କଥା ମାନି ଯାଇଥିଲା।