ରାତି ସିପ୍ଟ କାମ ସାରି ଘରକୁ ଫେରିବା ପରେ ଉଡ଼ିଗଲା ଚୌକିଦାରଙ୍କ ହୋସ୍‌, ଆର ପାରିକୁ ଚାଲି ଯାଇଥିଲା ଅଧା ପରିବାର

ଚେନ୍ନାଇ : ଚେନ୍ନାଇରେ ଜଣେ ଚୌକିଦାରଙ୍କ ଘରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋରି କରିବା ପାଇଁ ଆସି ଦୁର୍ବୃତ୍ତ ଚୌକିଦାରଙ୍କ ପତ୍ନୀ ଏବଂ ତାଙ୍କ ୧୦ବର୍ଷ ପୁଅକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୁଇଜଣଙ୍କୁ ହତ୍ୟା କରିବା ପରେ ଘରେ ଥିବା ୨୦ହଜାର ଟଙ୍କା ଏବଂ ସୁନାଗହଣା ଲୁଟି ନେଇଥିବା ପୁଲିସ ସୂଚନା ଦେଇଛି ।

ପୀଡ଼ିତ ବନପେରୁମଲଙ୍କ କହିବା ଅନୁଯାୟୀ, ରବିବାର ରାତି ସିପ୍ଟ ଥିବାରୁ ମୁଁ କାମ ସାରି ସୋମବାର ସକାଳେ ଘରକୁ ଫେରିଥିଲି । କିନ୍ତୁ ଘର କବାଟ ଖୋଲା ଥିବା ଦେଖି ମୁଁ ଭିତରକୁ ଆସିବା ପରେ ମୋ ପାଦ ତଳୁ ମାଟି ଖସି ଯାଇଥିଲା । ତଳେ ମୋ ସ୍ତ୍ରୀ ବରଲକ୍ଷ୍ମୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ୧୦ବର୍ଷର ସାନ ପୁଅ ଅଚେତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିଥିଲି । ମୋର ଅନ୍ୟ ଦୁଇ ସନ୍ତାନ ଘରେ ନଥିବାରୁ ସେମାନେ ବଞ୍ଚି ଯାଇଥିଲେ । ଘର ଭିତରକୁ ଆସି ସୁନାଗହଣା ରଖା ଯାଇଥିବା ସ୍ଥାନ ଦେଖିବା ପରେ ସେଠାରେ କିଛି ନଥିଲା । ଅଭିଯୁକ୍ତମାନେ ସବୁ ଲୁଟି ନେଇଥିଲେ ବୋଲି କହିଛନ୍ତି ବନପେରୁମଲ ।

Time8

ଏହା ପ୍ରଥମ ନୁହେଁ. ତାମିଲନାଡୁରେ ୨୦୧୬ରେ ଏଭଳି ୧୬୦୦ମାମଲା ରୁଜୁ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇ ପାରି ନାହିଁ ପୁଲିସ ।

ସମ୍ବନ୍ଧିତ ଖବର