ହାତରୁ ମେହେନ୍ଦି ନ ଲିଭୁଣୁ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ନବ ବିବାହିତା

ଛାପ୍ରା : ବିହାରର ଛାପ୍ରାରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହର ୫ମ ଦିନରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ଶବ ତାଙ୍କ ଶୋଇବା ଘରୁ ରକ୍ତାକ୍ତ ଅବସ୍ଥାରେ ମିଳିଥିବା ବେଳେ ୫ ଦିନର ସ୍ତ୍ରୀ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଗରଖା ଥାନା ଅନ୍ତର୍ଗତ ମୁକିମ୍‌ପୁର ଗ୍ରାମରେ ରହୁଥିବା ରବିନ୍ଦ୍ରଙ୍କର ୫ଦିନ ପୂର୍ବରୁ ବିବାହ ହୋଇଥିଲା ।

Deccan Chronicle

ଘରୁ ଲୁଚି ଆସିବା ସହ ଅଭିଯୁକ୍ତ ମହିଳା ମୃତ ରବିନ୍ଦ୍ରଙ୍କୁ ମନ୍ଦିରରେ ବିବାହ କରିଥିଲେ । ଅଭିଯୁକ୍ତ ମହିଳା ଜଣକ ଆଗରୁ ବିବାହିତା ହୋଇଥିବା ବେଳେ ପ୍ରଥମ ସ୍ୱାମୀଙ୍କଠାରୁ ତାଙ୍କର ଦୁଇ ବର୍ଷର ସନ୍ତାନ ମଧ୍ୟ ଥିଲା । ଏହି ଦୁଇ ବର୍ଷର ପିଲାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅଭିଯୁକ୍ତ ମହିଳା ରାଗରେ ଏପରି କରିଥିବା ଜଣାପଡ଼ିଛି । ଏ ନେଇ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୁଲିସ । ଗୋଟେ ପଟେ ହତ୍ୟାର କାରଣ ଅଭିଯୁକ୍ତ ମହିଳାଙ୍କ ସନ୍ତାନ କୁହାଯାଉଥିବା ବେଳେ ଏହାର ଅନ୍ୟ କିଛି କାରଣ ଥାଇ ପାରେ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର