ଅନ୍ତସତ୍ତ୍ୱା ହେବା ପାଇଁ ଡାକ୍ତରଙ୍କ ସହିତ ମିଶି ମହିଳା କରିଥିଲେ ଏଭଳି କାମ କି,ସ୍ୱାମୀଙ୍କ ପାଦ ତଳୁ ଖସି ଯାଇଥିଲା ମାଟି !

ନୂଆଦିଲ୍ଲୀ: ରୁଷର ରାଜଧାନୀ ମସ୍କୋରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସ୍ୱାମୀଙ୍କ ସ୍ପର୍ମ ସ୍ଥାନରେ ପ୍ରେମିକର ସ୍ପର୍ମ ବ୍ୟବହାର କରି ଅନ୍ତସତ୍ତ୍ୱା ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣା ସେତେବେଳେ ଜଣା ପଡ଼ିଲା ଯେତେବେଳେ ପିଲାକୁ ବର୍ଷେ ପୂରିଥିଲା। ମହିଳା ମଧ୍ୟ ନିଜେ ଏହି କଥାକୁ ସ୍ୱୀକାର କହିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ୩୮ବର୍ଷର ମହିଳା ୟନା ଅନୋଖିନା ଅନ୍ତସତ୍ତ୍ୱା ହେବା ପାଇଁ ଆଇଭିଏଫ୍‌ ଉପାୟ ଆପଣାଇ ଏକ କ୍ଲିନିକ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ୟନା ଡାକ୍ତରଙ୍କୁ କହିଥିଲେ ସେ ଶିଶୁର ପିତା ଭାବେ ସେହି ବ୍ୟକ୍ତିଙ୍କୁ ଚାହାନ୍ତି ଯାହାକୁ ସେ ଭଲ ପାଉଥିଲେ। ଏହାପରେ ଡାକ୍ତର ସ୍ୱାମୀର ସ୍ପର୍ମ ବଦଳରେ ପ୍ରେମିକ ସ୍ପର୍ମକୁ ବ୍ୟବହାର କରି ମହିଳାଙ୍କୁ ଅନ୍ତସତ୍ତ୍ୱା କରାଇଥିଲେ। ଏହି ପ୍ରକ୍ରିୟା ସମୟରେ ୟନାଙ୍କ ସ୍ୱାମୀ ବି ତାଙ୍କ ସହିତ ଥିଲେ କିନ୍ତୁ ଏହି ଘଟଣା ବିଷୟରେ ସେ କିଛି ବି ଜାଣି ପାରି ନଥିଲେ। ପତ୍ନୀଙ୍କ ଏହି କାଣ୍ଡ ବିଷୟରେ ସ୍ୱାମୀ ସେତେବେଳେ ଯାଇ ଜାଣିଲେ ଯେତେବେଳେ ଶିଶୁ ଏକ ବର୍ଷର ହୋଇଥିଲା। ଏହାପରେ ଶିଶୁର ଡିଏନ୍‌ଏ ପରୀକ୍ଷା କରିବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା।

ଉକ୍ତ ମହିଳାଙ୍କ ସ୍ୱାମୀ ଉକ୍ତ କ୍ଲିନିକ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ କ୍ଲିନିକକୁ ୪.୨ଲକ୍ଷ ଟଙ୍କା ଜୋରିମାନା ଆକାରରେ ଦେବାକୁ ପଡ଼ିଥିଲା। ଏହି ଘଟଣା ପରେ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଯାଇଥିଲେ।

ସମ୍ବନ୍ଧିତ ଖବର