ସାନ ଭଉଣୀ ସହିତ ଗଙ୍ଗାରେ ସ୍ନାନ କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ

ଘାଟରୁ ଅଚେତ ଅବସ୍ଥାରେ ପୀଡିତା ଉଦ୍ଧାର

ମିର୍ଜାପୁର: ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାରେ ଦୁଷ୍କର୍ମର ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଗନା ଥାନା ଅଞ୍ଚଳରେ ଏକ ଗ୍ରାମରେ ସାନ ଭଉଣୀ ସହିତ ଗଙ୍ଗାକୁ ସ୍ନାନ କରିବାକୁ ଯାଇଥିବା ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାଟି ଶୁକ୍ରବାର ଅପରାହ୍ନରେ ଘଟିଛି। ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୀଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମକାରୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ଯୁବତୀ ତାଙ୍କ ସାନ ଭଉଣୀ ସହିତ ଗ୍ରାମର ଗାଙ୍ଗା ଘାଟକୁ ଗାଧୋଇବାକୁ ଯାଇଥିଲେ। ସେଠାକୁ ତାଙ୍କ ଶାଶୁଘରେ ରହୁଥିବା ଜଣେ ଯୁବକ ବି ଯାଇଥିଲ। ସେ ସେଠାରେ ଯୁବତୀଙ୍କୁ ଦେଖି ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିବାକୁ ଲାଗିଥିଲା। ଯୁବତୀ ଏହାକୁ ବିରୋଧ କରିବାରୁ ସେ ଗଙ୍ଗାରେ ଡୁବାଇ ହତ୍ୟା କରି ଦେବ ବୋଲି ଧମକ ବି ଦେଇଥିଲା। ଏହି ଘଟଣା ଦେଖି ଯୁବତୀଙ୍କ ସାନ ଭଉଣୀ ଭୟଭୀତ ହୋଇ ଘରେ ଯାଇ ଜଣାଇଥିଲା। ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଗଙ୍ଗା ଘାଟରୁ ପାଇଥିଲେ।

ସମ୍ବନ୍ଧିତ ଖବର