ଶ୍ରମ କମିସନ୍‌ଙ୍କ କାର୍ଯ୍ୟାଳୟରୁ ଚୋରି, ଯୁବକ ଗିରଫ

ଭୁବନେଶ୍ୱର : ଶ୍ରମ କମିସନର୍‌ଙ୍କ କାର୍ଯ୍ୟାଳୟ ପରିସରରୁ ଆଲୁମୁନିୟମ୍‌ ଫ୍ରେମ ଚୋରି ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ସାଲିଆସାହି ଶକ୍ତିବିହାର ଅଞ୍ଚଳର କୁନାଲ ପଣ୍ଡା(୨୧)। ଶୁକ୍ରବାର ଭୋର ପ୍ରାୟ ୪ଟା ସମୟରେ କୁନାଲ ୟୁନିଟ-୩ ଅଞ୍ଚଳରେ ଥିବା ଶ୍ରମ କମିସନ୍‌ଙ୍କ କାର୍ଯ୍ୟାଳୟ ପରିସରରୁ ଆଲୁମିନିୟମ୍‌ ଫ୍ରେମ୍‌ ଚୋରି କରୁଥିଲା। ଏହି ସମୟରେ ସନ୍ତେଷ ଘଡ଼େଇ ନାମକ ଜଣେ କର୍ମଚାରୀ କାର୍ଯ୍ୟାଳୟରୁ ଗାଡ଼ି ନେବା ପାଇଁ ଆସିଥିଲେ। ତେବେ କେହି କାର୍ଯ୍ୟାଳରୁ ଆଲୁମିନିୟମ୍‌ ଫ୍ରେମ୍‌ ଚୋରି କରୁଥିବା ଦେଖି ସେଠାକୁ ଧାଇଁ ଯାଇଥିଲେ। ସନ୍ତୋଷଙ୍କୁ ଦେଖି କୁନାଲ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ହେଲେ ସନ୍ତୋଷ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁନାଲକୁ ଗିରଫ କରିଥିଲା। ଥାନାରେ ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର