ସୁଧ କାରବାରରୁ ହତ୍ୟା, ୩ଦିନ ହେଲା ନିଖୋଜ ଥିଲେ

ଛେଣ୍ତିପଦା : ଜରପଡ଼ା ଥାନା ତୁବେସ୍ଥିତ ବୃନ୍ଦାବନ ଢାବା ମାଲିକଙ୍କ ସାନଭାଇ ଶିବାନନ୍ଦ ପ୍ରଧାନ(୩୫ଙ୍କୁ ହତ୍ୟା କରାଯାଇଛି। ତିନି ଦିନ ତଳେ ଶିବାନନ୍ଦ ଘରୁ କେଉଁଆଡ଼େ ନିଖୋଜ ଥିଲେ। ଆଜି ତୁବେ ଢିପସାହି ଟାସରା ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥିତ କୂଅରୁ ବସ୍ତାରେ ଭର୍ତ୍ତି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ ସନ୍ଦେହରେ ଏକ ଦମ୍ପତିଙ୍କ ସମେତ ତିନି ଜଣଙ୍କୁ ଜରପଡ଼ା ଥାନା ପୁଲିସ ଅଟକ ରଖିଛି। ହତ୍ୟା ପଛର କାରଣ ସୁଧ କାରବାର ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର