ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜରିମାନା

ଟିଟିଲାଗଡ଼ : ୨୦୧୩ ମସିହାରେ ସିନ୍ଧେକେଲା ଥାନା ଅନ୍ତର୍ଗତ ନିମୁର୍ଲା ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ଶୁଣାଣି କରି  ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀକାନ୍ତ ମିଶ୍ର ହତ୍ୟାକାରୀ ବଡ଼ ହାତୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ୧ ହଜାର ଟଙ୍କା ଜରିମାନା ଓ ଅନ୍ୟ ଅଭିଯୁକ୍ତ କମୁ ହାତୀଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ହଜାରେ ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଏହାସହ ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନିମୁର୍ଲା ଗାଁର ମୁରଲୀ ବେହେରା ଓ ବଡ ହାତୀଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୧୩ ଜୁଲାଇ ୧୧ ତାରିଖ ଦିନ ବଡ଼ ଓ ତାଙ୍କ ସହଯୋଗୀମାନେ ମୁରଲୀଙ୍କୁ ଆକ୍ରମଣ କରିଥିଲେ। ବଡ଼ ଏକ କୋଦାଳରେ ମୁରଲୀଙ୍କୁ ହତ୍ୟା କରିଥିଲେ। ସିନ୍ଧେକେଲା ଥାନା କେସ୍‌ ନଂ ୫୯/୧୩ରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ବଡ଼ଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଜାମିନ ମିଳିଥିଲା। ଏହି ମାମଲାକୁ ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର