ଲେବଡ଼ା ପଞ୍ଚାୟତରେ ଗୋଟିଏ ରାତିରେ ୫ଟି ସ୍ଥାନରୁ ଚୋରି

ମୁରିବାହାଲ: ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଗୋଟିଏ ରାତିରେ ୫ଟି ଜାଗାରୁ ବିିଭିନ୍ନ ସାମଗ୍ରୀ ସବୁ ଚୋରି ହୋଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି। ଏହି ପଞ୍ଚାୟତ ପିଟାପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ୨ କୁଇଣ୍ଟାଲ ଓ ପିଟାପଡ଼ା ପ୍ରାଥମିକ ବିଦ୍ୟାଳୟରୁ ଗୋଟିଏ କୁଇଣ୍ଟାଲ ଚାଉଳ ଚୋରି ହୋଇଥିବା ବେଳେ ମାକ୍ରିପଡ଼ା ଗ୍ରାମର ଉନ୍ନିତ ଉଚ୍ଚ ବିଦ୍ୟାଳୟରୁ ୧୫ ବ୍ୟାଗ୍‌ ମଧ୍ୟାହ୍ନ ଭୋଜନ ଚାଉଳ, ୫ ବ୍ୟାଗ ସୋୟାବିନ ବଡି ଓ ଗୋଟିଏ ବ୍ୟାଗ୍‌ ଡାଲି ଓ ରାନ୍ଧିବା ତେଲ ସହ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ଲେବଡ଼ା ଗ୍ରାମରେ ଥିବା ମଦଭାଟି ପାର୍ଶ୍ୱରେ ଥିବା ଚାଖନା ଦୋକାନରୁ ଷ୍ଟୋଭ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରି ହୋଇଥିବା ଜଣାପଡ଼ିଛି। ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୫ଟି ବିଭିନ୍ନ ସ୍ଥାନରୁ ମଧ୍ୟାହ୍ନଭୋଜନ ଓ ଅନ୍ୟାନ୍ୟ ଜିନିଷ ଚୋରି କରିବା ଏବଂ ପୂର୍ବରୁ ମାଳପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରୁ ମଧ୍ୟ ମଧ୍ୟାହ୍ନଭୋଜନ ଚୋରି ହେବା ବିପର୍ଯ୍ୟୟ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସଂପର୍କରେ ମୁରିବାହାଲ ଆଇଆଇସି ଲୋକନାଥ ଭୋଲଙ୍କୁ ପଚାରିବାରୁ ଜଣେ ଏସ୍‌ଆଇ ତଦନ୍ତ ପାଇଁ ସଂପୃକ୍ତ ସ୍ଥାନକୁ ଯାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର