ପୁଇଁନ୍ତଲା: ଜଳ ପାଣ୍ଡେ ହତ୍ୟା ମାମଲାରେ ୩ ଗିରଫ

ପୁଇଁନ୍ତଲା: ଜାନୁଆରି ମାସରେ ବଲାଙ୍ଗୀର ପୁଇଁନ୍ତଲା ଥାନା ତଥା ସୋନପୁର-ବଲାଙ୍ଗୀର ଜିଲ୍ଲା ସୀମାରେ ଥିବା ବୈରାସରରୁ ଠେଲକୋମୁଣ୍ଡା ଗାଁର ଜଳ ପାଣ୍ଡେ ନାମକ ଜଣେ ଯୁବକଙ୍କ ଶବ ମିଳିଥିଲା। ଏହାକୁ ସ୍ୱାଭାବିକ ମୃତ୍ୟୁ ବୋଲି କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିଲା ପୁଲିସ। ଅନ୍ୟପଟେ ଏହି ମାମଲାକୁ ପରିବାର ଲୋକେ ହତ୍ୟା ବୋଲି କହୁଥିଲେ। ପ୍ରାୟ ୪ ମାସର ତଦନ୍ତ ପରେ ପୁଲିସ ଜଳ ପାଣ୍ଡେ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି। କାର୍ଯ୍ୟକ୍ଷେତ୍ରରେ ଜଳ ଅନ୍ୟମାନଙ୍କଠାରୁ ଅଧିକ ଦରମା ପାଉଥିଲା। ଯାହାକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଏହି କାରଣରୁ ତାକୁ ବାଟରୁ ହଟାଇବାକୁ ଯୋଜନା କରିଥିଲେ ତରଭା ଥାନା ମନହିରା ଗାଁର କପିଳ ସା, ବୈରାସରର ବୃନ୍ଦାବନ ମେହେର, କମଳକାନ୍ତ ଥପା। ଏହି ତିନି ଜଣଙ୍କୁ ପୁଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର