ସ୍ବାଇପ୍ ମେସିନ୍‌ରେ ଚଞ୍ଚକତା, ଜଣେ ଗିରଫ

ବରଗଡ଼: ଜଣେ ଗ୍ରାହକଙ୍କୁ ଭୂ୍ଅଁା ବୁଲାଇ ସ୍ବାଇପ୍ ମେସିନ୍ ଜରିଆରେ ଟଙ୍କା ହେରଫେର ଘଟଣାରେ ପୁଲିସ୍ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ନଅଗଁାର ନାରାୟଣ ସାହୁ। ନାରାୟଣ ଠାରୁ ମୋଟ ୬୧ ହଜାର ୮୭୦ ଟଙ୍କା ଜବତ ହୋଇଛି। ପୁଲିସ୍ ସୂଚନାନୁଯାୟୀ ଗୁରୁବାର ଭଟଲି ଏସ୍‌ବିଆଇ ଶାଖାରୁ ବରଗଁା ଗ୍ରାମର ରାଜୀବ ସାହୁ ସ୍ବାଇପ୍‌ ମେସିନ୍ ଜରିଆରେ ୫ ହଜାର ଟଙ୍କା ଉଠାଣ କରୁଥିଲେ। କିଛି ଭୁଲ୍‌ ଭଟ୍‌କା ହୋଇଥିଲା। ତାଙ୍କୁ ସହାୟତା କରିବା ପାଇଁ ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ନାରାୟଣ ପହଂଚିଥିଲା। ଚଞ୍ଚକତା କରି ନାରାୟଣ ୨୦ ହଜାର ଟଙ୍କା ରାଜୀବଙ୍କ ଆକାଉଣ୍ଟରୁ ଉଠାଇ ନେଇଥିଲା। ଏନେଇ ଭଟଲି ଥାନାରେ ରାଜୀବ ଏତଲା ଦେଇଥିଲେ। ପୁଲିସ୍ ଦଫା ୪୧୯/ ୪୨୦ ଆଇପିସିରେ ମାମଲା ରୁଜୁ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ନିରୋଜ ଦାସଙ୍କ ସମେତ ଗୋଟିଏ ଟିମ୍‌ ଗଠନ କରାଯାଇଥିଲା। ମାମଲାର ଖୋଳତାଡ଼ ପରେ ପୁଲିସ ଅଭିଯୁକ୍ତ ନାରାୟଣକୁ ଗିରଫ କରିଛି। ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ୍‌ ଠାବ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର