ୟୁକୋ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୦ ଲକ୍ଷ ଲୁଟ୍‌ ଘଟଣା : ଲୁଟେରାଙ୍କ ୨ ସହଯୋଗୀ ଅଟକ, ଟଙ୍କା ବାକ୍ସ ଉଦ୍ଧାର

ଭଦ୍ରକ : ଭଦ୍ରକର ଜଳଙ୍ଗା ୟୁକୋ ବ୍ୟାଙ୍କର ୩୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ଟେର‌୍‌ ପାଇଛି ପୁଲିସ।ଏଇ ଘଟଣାରେ ପୁଲିସ୍‌ ଭଦ୍ରକ ଅଞ୍ଚଳରୁ ଲୁଟେରାଙ୍କ ୨ ଜଣ ସହଯୋଗୀଙ୍କୁ ଧରିଥିବାବେଳେ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଦୁଇଜଣଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏମାନେ ଲୁଟ୍‌ ଘଟଣାରେ ସହଯୋଗ ଓ ତଥ୍ୟ ପ୍ରଦାନ କରିଥିବା ବେଳେ ଅସଲ ଲୁଟେରାଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ଅନ୍ୟପକ୍ଷରେ ପୁଲିସ ଲୁଟ୍ ହୋଇଥିବା ଟଙ୍କା ପାଇନଥିବା ବେଳେ ଯେଉଁ ବାକ୍ସରେ ଟଙ୍କା ନେଇ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କକୁ ଯାଉଥିଲେ, ସେଇ ବାକ୍ସଟିକୁ ଦୈସି˚ ଗ୍ରାମରୁ ଜଣେ ଲୋକଙ୍କ ବାଡି ପଛପଟୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର