ମଙ୍ଗରାଜପୁର ସହକାରୀ ଆର୍‌ଆଇ ଭିଜିଲାନ୍ସ ଦ୍ୱାରା ଗିରଫ

କଟକ : ମ୍ୟୁଟେସନ୍‌ ଭେରିଫିକେସନ୍‌ ରିପୋର୍ଟ ଦାଖଲ କରିବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଟାଙ୍ଗୀ ଚୌଦ୍ୱାର ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନୀରିକ୍ଷକ ଅଜୟ କୁମାର ମନ୍ତ୍ରୀଙ୍କୁ କଟକ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଅଭିଯୋଗକାରୀ ବଡ଼ସାମନ୍ତରାପୁରର ସଂଜୟ କୁମାର ନାୟକ ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳକୁ ସହକାରୀ ଆର୍‌ଆଇଙ୍କ କାର୍ଯ୍ୟାଳୟରେ କେମିକାଲ୍‌ ମିଶା ଟଙ୍କା ନେଇ ପହଞ୍ଚିଥିଲେ। ଅଭିଯୁକ୍ତଙ୍କୁ ଉକ୍ତ ଟଙ୍କାକୁ ନିଜ ପର୍ସରେ ରଖିବା ପରେ କଟକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଘଟଣାସ୍ଥଳରୁ ପ୍ରମାଣ ସହ ଗିରଫ କରିଥିଲେ। ପରେ ଜଗତପୁରସ୍ଥିତ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। କଟକ ଭିଜିଲାନ୍ସ ଥାନାରେ ।ଏସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବାବେଳେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୭ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର