ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଗୁଳି କରି ହତ୍ୟା ମାମଲା:ବହିଷ୍କୃତ ଯବାନ୍‌କୁ ଆଜୀବନ ଜେଲ୍‌

ଢେଙ୍କାନାଳ: ବାପା ଉପରେ ରାଗ ସୁଝାଇବାକୁ ଯାଇ ପୁଅକୁ ଗୁଳି କରି ହତ୍ୟା କରିଥିଲେ ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅ˚ଚଳର ବହିଷ୍କୃତ ସେନା ଯବାନ ଗଣେଶ୍ବର ସାମଲ। ପ୍ରାୟ ଅଢେଇ ବର୍ଷ ତଳେ ସଂଘଟିତ ଏହି ଚାଂଚଲ୍ୟକର ମାମଲାକୁ ବିଚାର କରି ଜିଲ୍ଲା ଦୌରାଜଜ୍‌ ଆଜି ସ˚ପୃକ୍ତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି।
ସୂଚନା ଅନୁଯାୟୀ, ବାଲିମୀ ଥାନା ଠୋକର ଗ୍ରାମର ଗଣେଶ୍ବର ସାମଲ ସେନାବାହିନୀରେ ଚାକିରି କରିଥିଲେ। ସେ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ଜଣାପଡିବା ପରେ ତାଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର କରାଯାଇଥିଲା। ଏଥିପାଇଁ ସେ ସେନାବାହିନୀରେ ଚାକିରି କରୁଥିବା ନିଜ ଗ୍ରାମର ସାରଙ୍ଗଧର ମାଝିଙ୍କୁ ଦାୟୀ କରିବା ସହ ପ୍ରତିଶୋଧ ପରାୟଣ ହୋଇ ସୁଯୋଗ ଅପେକ୍ଷାରେ ଥିଲେ। ଶ୍ରୀ ମାଝି ଛୁଟିରେ ଗାଁକୁ ଆସିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଗତ ୨୦୧୬ ଜୁନ୍ ୧୭ତାରିଖରେ ଗାଁ କୋଠ ଘରେ ବସି କଥା ହେଉଥିଲେ। ଏହି ସମୟରେ ଶ୍ରୀ ସାମଲ ସେଠାରେ ପହ˚ଚି ତୁମ ପାଇଁ ମୋ ଚାକିରି ଗଲା କହି ଶ୍ରୀ ମାଝିଙ୍କୁ ଗାଳିଗୁଲଜ କରିବା ସହ ଦେଖିନେବ ବୋଲି ଧମକ ଦେଇ ପଳାଇ ଯାଇଥିଲା। ଏହାର କିଛି ସମୟ ପରେ ଶ୍ରୀ ସାମଲ ଏକ ବାଇକ୍‌ରେ ନିଜ ଲାଇସେନ୍ସ ବନ୍ଧୁକ ଧରି ସେଠାରେ ପହ˚ଚି ଶ୍ରୀ ମାଝିଙ୍କୁ ଖୋଜିଥିଲେ। ସେଠାରେ ଶ୍ରୀ ମାଝିଙ୍କୁ ନପାଇ ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା। ଏହି ସମୟରେ ଗାଁ ଦାଣ୍ତରେ ବୁଲୁଥିବା ଶ୍ରୀ ମାଝିଙ୍କ ବଡପୁଅ ସ˚ଜିତ୍‌ ମାଝି(୨୮)ଙ୍କୁ ଦେଖି ତାଙ୍କୁ ଶ୍ରୀ ସାମଲ ମାରିବାକୁ ଗୋଡାଇଥିଲା। ସ˚ଜିତ୍‌ ଜୀବନ ବ˚ଚାଇବା ଲାଗି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲେ। ଘରକୁ ପଶିବା ବେଳେ ଶ୍ରୀ ସାମଲ ତାଙ୍କ ଉପରକୁ ୨ ରାଉଣ୍ତ ଗୁଳି ଫୁଟାଇଥିଲେ। ଗୋଟିଏ ଗୁଳି ସ˚ଜିତଙ୍କ ଛାତିରେ ଏବ˚ ଅନ୍ୟ ଏକ ଗୁଳି ତାଙ୍କ ଗୋଡରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ସ˚ଜିତ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ ସ˚ଜିତ୍‌ଙ୍କ ବାପା ସାରଙ୍ଗଧରଙ୍କ ଅଭିଯୋଗକ୍ରମେ ବାଲିମୀ ଥାନାରେ କେସ୍‌ ନମ୍ବର ୪୨/୨୦୧୬, ଦଫା ୩୦୨, ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ସିଟି (ଏସ୍‌ଏସ୍‌)କେସ୍‌ ନମ୍ବର ୧୪୮/୨୦୧୬କୁ ଜିଲ୍ଲା ଦୌରାଜଜ୍‌ ଗଜେନ୍ଦ୍ର ମହାପାତ୍ର ୨୨ ଜଣ ସାକ୍ଷୀ ଏବ˚ ପାରପାର୍ଶ୍ବିକ ପ୍ରମାଣ ଆଧାରରେ ବିଚାର କରି ୩୦୨ ଦଫାରେ ଆଜୀବନ କାରଦଣ୍ତ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ତାଦେଶ ପ୍ରଦାନ କରିଛନ୍ତି । ୨୭ ଆର୍ମସ୍‌ ଆକ୍ଟରେ ଅତିରିକ୍ତ ୩ ବର୍ଷ ଏବ˚ ଜୋରିମାନା ୨ ହଜାର ଟଙ୍କା, ଅନାଦେୟ ଅଧିକ ୨ ମାସ ଏବ˚ ୨୫(ଆଇବି)ରେ ୨ ବର୍ଷ ସଶ୍ରମକାରାଦଣ୍ତ ସହ ୧ ହଜାର ଟଙ୍କା ଜୋରିମାନା, ଅନାଦେୟ ଅଧିକ ୧ ମାସ ସଶ୍ରମ କାରାଦଣ୍ତାଦେଶ ପ୍ରଦାନ କରିଛନ୍ତି। ମାମଲାକୁ ସରକାରଙ୍କୁ ପକ୍ଷରୁ ପିପି ଗଣେଶ ବେହେରା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର