ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ

ଯାଜପୁର(ବରୀ): ବାତିଲ ହେଲା ଜିସି କଲେଜ ନିର୍ବାଚନ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ରାମଚନ୍ଦ୍ରପୁର ଠାରେ ଥିବା ଗୋପବଂଧୁ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଥିଲା। ଫଳ ସୂରୁପ କଲେଜରେ ବିଭିନ୍ନ ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହ କଲେଜ ପରିସରରୁ ଅଫୁଟ ବୋମା ମଧ୍ୟ ଜବତ ହୋଇଥିଲା। ଧୀରେଧୀରେ କଲେଜ ପରିସର ଅଶାନ୍ତ ହୋଇ ଉଠିବାରୁ କଲେଜ କର୍ତ୍ତୃପକ୍ଷ କଲେଜ ନିର୍ବାଚନ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ ନିଷ୍ପତ୍ତି ନେଇଛନ୍ତି। ଫଳରେ କଲେଜ ପରିସରରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବାର ସହ କଲେଜ ବିରୁଦ୍ଧରେ ନାରାବାଜି ଦେଇଛନ୍ତି। ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲାରେ ୮ ଟି ମହା ବିଦ୍ୟାଳୟରେ ନିର୍ବାଚନ ହେବାକୁ ଥିବା ବେଳେ ପୂର୍ବରୁ ପ୍ରମୁଖ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ବୋମା ମାଡର ଗୁଜବ ସୃଷ୍ଟି କରାଯାଇ କଲେଜ ନିର୍ବାଚନକୁ ବାତିଲ କରାଯାଇଥିଲା।

ସମ୍ବନ୍ଧିତ ଖବର