୮୧.୬୦୦ କିଲୋ ଗଂଜେଇ ଜବତ :୪ ନାବାଳକ ସହ ୫ ଗିରଫ, ଅଟୋ ଜବତ

ଦିଗପହଣ୍ଡି: ଦିଗପହଣ୍ଡି ଥାନା ପଥପାର୍ଶ୍ବ ସେବା କେନ୍ଦ୍ର ନିଟେରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା ମୂଲ୍ୟର ୮୧ କିଲୋ ୬୦୦ ଗ୍ରାମ୍‌ ଗଜେଇ ଜବତ କରିବା ସହ ୪ ଜଣ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଛି। ଏଥିରେ ବ୍ୟବହ୍ୟତ ଏକ ଅଟୋକୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଦିଗପହଣ୍ଡି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ପାଟ୍ରୋଲିଂ ବେଳେ ଗଜପତି ଜିଲ୍ଲା ମୋହନା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା (ଓଡି୦୭ଏସ୍‌-୮୦୬୭) ଅଟୋକୁ ଅଟକ ରଖି ତଲାସି ଚଳାଇଥିଲେ। ତଲାସି ବେଳେ ୮୧ କିଲୋ ୬୦୦ ଗ୍ରାମ୍‌ ଚୋରା ଗଂଜାଇ ଜବତ କରିବା ସହ ଅଟୋରେ ବସିଥିବା ୪ ଜଣ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଥିଲେ। ଗିରଫମାନେ ସମସ୍ତେ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି। ସମସ୍ତଙ୍କୁ ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକଙ୍କୁ ବ୍ରହ୍ମପୁର ବାଳସୁଧାର ଗୃହକୁ ଓ ଅନ୍ୟ ଜଣଙ୍କୁ ବ୍ରହ୍ମପୁର ଜେଲ୍‌କୁ ପଠାଇ ଦିଆଯାଇଛି। ଚଢ଼ାଉରେ ଦିଗପହଣ୍ଡି ଅବକାରୀ ଇନସ୍‌ପେକ୍ଟର ଅଭିରାମ ସାହୁ, ଏଏସ୍‌ଆଇ ରବୀନ୍ଦ୍ର ପାଢ଼ୀ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର