ଜାମିବାଡି ବିବାଦକୁ କେନ୍ଦ୍ର କରି ଦୁଇପରିବାର ମଧ୍ୟରେ ସଂଘର୍ଷ: ୧୦ରୁ ଊର୍ଧ୍ୱ ଆହତ ଓ ୨ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ରଣପୁର ପଞ୍ଚାୟତ ଅନ୍ତର୍ଗତ ମୋହୁରିଆ ଗ୍ରାମରେ ସୋମବାର ଅପରାହ୍ନରେ ଜାମିବାଡି ବିବାଦକୁ କେନ୍ଦ୍ର କରି ଦୁଇପରିବାର ମଧ୍ୟ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ପ୍ରଥମେ ପାଟିତୁଣ୍ଡରୁ ଆରମ୍ଭ ହୋଇ ଉଭୟଙ୍କ ମଧ୍ୟରେ ମାଡଗୋଳ ହୋଇଥିଲା।  ପରସ୍ପରକୁ ମରଣାନ୍ତକ ଅାକ୍ରମଣ କରିବାକୁ ପଛାଇ ନ ଥିଲେ। ଏଥିରେ ପାଖାପାଖି ୧୦ଜଣରୁ ଊର୍ଧ୍ୱ ଆହତ ହୋଇଥିଲେ। ୧୦ଜଣ ଆହତଙ୍କୁ ବ୍ୟାସନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର