ବୋଲେରୋ ଜଳିଗଲା

ରଗଡ଼ି: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତାହାରପୁର ପଞ୍ଚାୟତ ବଳଦିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଜଳିଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଓଆର୍‌-୦୫ଡବ୍ଲ୍ୟୁ-୦୮୮୬ ନମ୍ବର ବିଶିଷ୍ଟ ଏହି ବୋଲେରୋରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଯାଜପୁରରୋଡ଼ରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସମ୍ବନ୍ଧିତ ଖବର