ସାବତ ମା’କୁ ପିଟି ମାରିଦେଲା ପୁଅ

ମହାକାଳପଡ଼ା : ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗୋଗୁଆ ପଂଚାୟତରେ ଏକ ହତ୍ୟାକାଣ୍ତ ଘଟିଛି। ନିଜର ସାବତ ମାଆକୁ ପିଟି ପିଟି ସାବତ ପୁଅ ନିର୍ମମ ଭାବେ ହତ୍ୟା କରିଛି।

ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ତାଇ ଥାନା ଦିହୁଡ଼ିପୁର ଗ୍ରାମର ବିଜୟ ଘଡ଼ାଇ ଦୀର୍ଘଦିନ ହେବ ଗୋଗୁଆ ପଂଚାୟତର ବାବର ପୋଲ ନିକଟରେ ଏକ ଝାଟି ମାଟି ଘର କରି ପରିବାର ସହିତ ରହି ଆସୁଛନ୍ତି। ବିଜୟ ୪ ଜଣଙ୍କୁ ବିବାହ କରିଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ କୁନ୍ତି ଦୀର୍ଘ ଦିନରୁ କେଉଁ ଆଡେ ଚାଲି ଯାଇଛନ୍ତି। ଦ୍ବିତୀୟ ପତ୍ନୀ ମଞ୍ଜୁଙ୍କର ୩ଟି ଝିଅ ଏବଂ ପୁଅ ବିନୋଦ (୨୮) ଅଛନ୍ତି। ମଞ୍ଜୁ ଦୀର୍ଘଦିନ ହେବ କଟକରେ ରହି କାମଧନ୍ଦା କରି ଚଳୁଥିବା ବେଳେ ସମସ୍ତ ପିଲା ମାନଙ୍କର ବିବାହ କାର୍ଯ୍ୟ ମଧ୍ୟ ସରିଯାଇଛି। ସେହିପରି ୩ ୟ ପତ୍ନୀ ବିନିତା ଙ୍କର କୈାଣସି ସନ୍ତାନ ସନ୍ତତି ନଥିବା ବେଳେ ଚତୁର୍ଥ ପତ୍ନୀ ଗୈାରୀଙ୍କର ୨ ନାବାଳକ ଶିଶୁ ପୁତ୍ର ବିଜୟ ଓ ବିକ୍ରମ ରହିଛନ୍ତି। ୪ ଜଣ ପତ୍ନୀଙ୍କ ମଧ୍ୟରୁ ୨ ଜଣ ବିନିତା ଓ ଗୈାରୀ ବିଜୟଙ୍କ ସହିତ ରହୁଥିବା ବେଳେ ୨ୟ ପତ୍ନୀ ମଞ୍ଜୁଙ୍କର ପୁଅ ବିନୋଦ ମଧ୍ୟ ତାଙ୍କ ସହିତ ରହନ୍ତି। ଗତକାଲି ରାତିରେ ବିଜୟ ତାଙ୍କର ଚତୁର୍ଥ ପତ୍ନୀ ଗୈାରୀ ଓ ୨ ନାବାଳକ ପୁଅଙ୍କୁ ନେଇ ସ୍ଥାନୀୟ ଅ‌ଳରେ ଅନୁଷ୍ଠିତ ହେଉଥିବା ଅପେରା ଦେଖିବାକୁ ଯାଇଥିବା ବେଳେ ବିନୋଦର ପତ୍ନୀ ଏବଂ ମଞ୍ଜୁଙ୍କ ଝିଅ ଚାନ୍ଦ ମଧ୍ୟ ତାଙ୍କ ସହିତ ଅପେରା ଦେଖିବାକୁ ଯାଇଥିଲେ। ଘରେ ତୃତୀୟ ପତ୍ନୀ ବିନିତା ରହିଥିଲେ। ଗତକାଲି ଦିନରେ ପୁଅ ବିନୋଦ ପ୍ରଚୁର ମଦ୍ୟପାନ କରି ଘରେ ଝଗଡ଼ା କରିଥିଲେ। ସାବତ ମାଆ ବିନିତା ବିନୋଦକୁ ଝଗଡ଼ା ନକରିବାକୁ ବାରଣ କରିଥିଲେ। ଏହି କାରଣରୁ ହୁଏତ ପ୍ରତିକ୍ରିୟାଶୀଳ ହୋଇ ବିନୋଦ ସାବତ ମାଆ ବିନିତାକୁ ପିଟି ପିଟି ମାରି ଦେଇଥିବା କୁହାଯାଉଛି। ବିନୋଦର ବାପା ବିଜୟ ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିବା ସହିତ ପୁଅ ବିନୋଦକୁ ତାଙ୍କ ତୃତୀୟ ପତ୍ନୀ ବିନିତାର ହତ୍ୟାପାଇଁ ଦାୟୀ କରିଛନ୍ତି। କେନ୍ଦ୍ରାପଡ଼ା ଏସଡ଼ିପିଓ ରାଜୀବ ଲୋଚନ ପଣ୍ତା , ଥାନା ଅଧିକାରୀ ମନୋରଂଜନ ଚୈାଧୁରୀଙ୍କ ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବିନିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏ ସଂପର୍କରେ ହତ୍ୟା ମାମଲା (ନଂ ୧୫/୧୯) ରୁଜୁ ହୋଇଛି।

ସମ୍ବନ୍ଧିତ ଖବର