ଗଞ୍ଜେଇ ଜବତ,୩ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ପୁଣି ଗଂଜେଇ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ପୁଲିସ ଚିତ୍ରକୋଣ୍ଡା-ବାଲିମେଳା ରାସ୍ତାର ଷ୍ଟିଲ ଗେଟ ନିକଟରେ ଏକ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କରିବା ସମୟରେ କାରରୁ ୧୨୧କିଲୋ ଗଂଜେଇ ବାହାରିଥିଲା। ଗଞ୍ଜେଇ ନେଇ ଯାଉଥିବା ମଧ୍ୟପ୍ରଦେଶ ସୁଜଲପୁର ଥାନା ଅନ୍ତର୍ଗତ ଗଣେଶ ମହଲ୍ଲା ଅଂଚଳର ହେମନ୍ତ ଇଚୋରିଆ(୩୧), କ୍ରିଷ୍ଣା ନଗର ଅଂଚଳର ସୁନିଲ ଶର୍ମା (୩୮) ଏବଂ ଗାୟତ୍ରୀ ମନ୍ଦିର ଅଂଚଳର ରୋସନ ପୁରୀ(୨୭)ଙ୍କୁ ଗିରଫ କରାଯାଇଥିଲା। ଏହି ତିନି ଜଣ ମଧ୍ୟପ୍ରଦେଶରୁ ଆସି ଚିତ୍ରକୋଣ୍ଡା ଅଂଚଳରୁ କମ୍‌ ଦରରେ ଗଂଜେଇ ସେଠାରେ ଚଢା ଦରରେ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଚିତ୍ରକୋଣ୍ଡା ଅଂଚଳରୁ ପ୍ରତିଦିନ ଶହ ଶହ ଗାଡି ଗଂଜେଇ ଲଦା ହୋଇ ଯାଉଥିବା ବେଳେ କାଁ ଭାଁ ହିଁ ପୋଲିସ ହାତରେ ପଡୁଥିବା ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର