ଆଉ ଜଣଙ୍କ ଜୀବନ ନେଲା ମୋମୋ ଚ୍ୟାଲେଞ୍ଜ, ଭୁବନେଶ୍ୱରରୁ ଚେନ୍ନାଇ ଯାଇ ଆତ୍ମହତ୍ୟା କଲେ ଇଞ୍ଜିନିୟର ଛାତ୍ର

ଭୁବନେଶ୍ୱର: ମୃତ୍ୟୁର ଖେଳ ନୀଳ ତିମି ପରେ ଏବେ ଆସିଛି ମୋମୋ ଚ୍ୟାଲେଞ୍ଜ ଖେଳ । ମୋମୋ ଚ୍ୟାଲେଞ୍ଜ ଯୁବପୀଢ଼ିଙ୍କ ଜୀବନ ନେବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ମୋମୋ ଭଳି ସାଂଘାତିକ ଖେଳ ଖେଳି ରାଉରକେଲା ସହରର ରେଲୱେ କଲୋନି ଅଞ୍ଚଳର ଛାତ୍ର ଚେତନ କୁମାରଙ୍କ ଜୀବନ ହାରିଥିବା ଜଣାପଡ଼ିଛି। ଚେତନ ନିଜ ମୋବାଇଲରେ ମୋମୋ ଖେଳକୁ ଡାଉନଲୋଡ କରି ଖେଳିବା ଆରମ୍ଭ କରିଥିଲେ । ଏହି ଖେଳ ତାଙ୍କୁ ଏତେ ପାଗଳ କରିଥିଲା ଯେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ଚେତନ ରାଜଧାନୀର ଏକ ଘରୋଇ ଇଞ୍ଜିନିୟର କଲେଜରେ ପଢୁଥିଲେ । ଗତ ୨୨ ତାରିଖରେ ଚେତନଙ୍କ ରାଉରକେଲା ଘରକୁ ଚେନ୍ନାଇ ପୁଲିସର ଫୋନ ଆସିଥିଲା । ଏହା ପରେ ଚେତନଙ୍କ ବାପା ଓ ଭାଇ ଚେନ୍ନାଇ ଯାଇଥିଲେ ।

ଚେନ୍ନାଇ ପୁଲିସର କହିବା ଅନୁସାରେ, ମୋମୋ ଚ୍ୟାଲେଞ୍ଜ ଖେଳି ଚେତନଙ୍କ ଜୀବନ ଯାଇଛି । ୨୦ ତାରିଖ ସନ୍ଧ୍ୟାରେ ଚେତନ ଭୁବନେଶ୍ୱରରୁ ଟ୍ରେନରେ ଚେନ୍ନାଇ ଯାଇଥିଲେ । ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନ ପାଖରେ ଥିବା ସାତ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲ କୋଠାରୁ ଡେଇଁ ଆତ୍ମହତ୍ୟା କରିିଥିବା ଜଣାପଡ଼ିଛି। ଏଥିପାଇଁ ଚେତନ ଚେନ୍ନାଇ ସେଂଟ୍ରାଲରେ ଗୋଟିଏ ରାତି ବି ବିତାଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ଚେତନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚେତନର ମୃତ୍ୟୁ ହୋଇଥିଲା । ଚେତନର ମୋବାଇଲକୁ ଲ୍ୟାପଟପ ସହ ସଂଯୋଗ କରିବା ପରେ ଚେନ୍ନାଇ ପୁଲିସ ସମସ୍ତ ତଥ୍ୟ ପାଇଥିବା ଦାବି କରିଛି ।

ସମ୍ବନ୍ଧିତ ଖବର