ବରପାଲି ପୁଲିସ ୧୦ଲକ୍ଷ ଟଙ୍କା ଜବତ କଲା

ବରଗଡ଼: ଗତ ଦୁଇଦିନ ୪୦ଲକ୍ଷ ଟଙ୍କା ଜବତ ହେବା ପରେ ସୋମବାର ଦିନ ବରଗଡ଼ ଜିଲ୍ଲା ବରପାଲି ପୁଲିସ ପୁଣି ୧୦ଲକ୍ଷ ଟଙ୍କା ଜବତ କରିଛି। ଜିଲ୍ଲାର ଓଲଟପୁରରୁ ଏହି ଟଙ୍କା ଜବତ ହୋଇଛି। ଦୁଇଜଣ ବ୍ୟକ୍ତି ଏକ ବାଇକ୍‌ରେ ଗୋଟିଏ ବ୍ୟାଗରେ ଟଙ୍କା ନେଇ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଧରିଛି। ଏହି ଟଙ୍କା ଏକ ପେଟ୍ରୋଲ ଟାଙ୍କିର ଓ ଏହା ବ୍ୟାଙ୍କ୍‌ରେ ଜମା ହେବା ଲାଗି ଯାଉଥିଲା ବୋଲି ଉକ୍ତ ବ୍ୟକ୍ତି ପୁଲିସକୁ କହିଛନ୍ତି। ସେମାନେ ବ୍ୟାଙ୍କରେ ଜମା ଦେବା ଜନିତ ଲେଖାଯାଇଥିବା ସ୍ଲିପ୍‌ ମଧ୍ୟ ଦେଖାଇଛନ୍ତି । ପ୍ରକୃତରେ ଏହି ଟଙ୍କା ପେଟ୍ରୋଲ ଟାଙ୍କିର ଓ ଏହା ବ୍ୟାଙ୍କକୁ ଯାଉଥିଲା କି ନାହିଁ ତାହାର ତଦନ୍ତ ପୁଲିସ କରୁଛି। ଏହି ଅର୍ଥ ନିର୍ବାଚନରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର