ମାମୁଘରକୁ ବୁଲିବାକୁ ଆସିଥିବା ସମୟରେ ପୋଖରୀରେ ବୁଡି ୧୧ବର୍ଷ ବାଳକର ମୃତ୍ୟୁ

ପୁରୀ: ପୁରୀ ବ୍ରହ୍ମଗିରି ଥାନା ଚାଷମାଣିକସ୍ଥିତ ସାହାଣିକେରା ଅଞ୍ଚଳରେ ୧୧ବର୍ଷର ନାବାଳକର ପୋଖରୀରେ ବୁଡି ଶନିବାର ଅପରାହ୍ନରେ ମୃତ୍ୟୁ ହୋଇଛି। ମୃତକ ସୁକାନ୍ତ ନାୟକଙ୍କ ପୁଅ ସାଇରାମ ନାୟକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସୁକାନ୍ତ ନାୟକଙ୍କ ପୁହ ସାଇରାମ ନାୟକ ଖରାଦିନ ଛୁଟି କଟାଇବା ପାଇଁ ତାର ମାମୁଁଘର ସାହାଣିକେରାକୁ ବୁଲିବାକୁ ଆସିଥିଲା। ତେବେ ଆଜି ସେହି ଗ୍ରାମର କେତେଜଣ ପିଲାଙ୍କ ସହିତ ଅପରାହ୍ନରେ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଗାଧୋଉ ଥିବା ସମୟରେ ପୋଖରୀରେ ସାଇରାମର ଗୋଡ଼ ଖସି ଯାଇଥିଲା ଓ ସେ ପହଁରା ନଶିଖି ଥିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ତେବେ ସାଇରାମ ପାଣିରେ ବୁଡି ଯିବା ଖବର ପାଇବା ପରେ ଗ୍ରାମବାସୀ ତୁରନ୍ତ ପାଣି ଭିତରୁ ତାକୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାକୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର