ପୁରୀରେ ଦାଦାବଟି ପାଇଁ ବୋମାମାଡ଼

ପୁରୀ : ଦାଦାବଟିକୁ ନେଇ ପୁରୀ ବଳିଆପଣ୍ଡା ବସ୍ତିରେ ବୋମାମାଡ଼ ହୋଇଛି। ଏହି ବୋମାମାଡ଼ରେ ଗୋଟିଏ ପରିବାରର ମା ଓ ପୁଅ ଦୁହେଁ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଭିତ୍ତିରେ ବଳିଆପଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରିଛି।

ଖବର ନେବାରେ ଜଣାପଡ଼ିଛି ଯେ ବଳିଆପଣ୍ଡା ଥାନା ଅନ୍ତର୍ଗତ ଦାମୋଦର ରୋଡ୍‌ କଡ଼ରେ ଥିବା ଓଡେଶା ଭବନ ପଛପଟେ ଇଶମପନ୍ଥି ଆଶ୍ରମ ପାଖରେ ଗୌତମ ପାତ୍ର(୩୮)ଙ୍କ ପରିବାର ରହୁଛନ୍ତି। ତାଙ୍କୁ ସେହି ଅଞ୍ଚଳର ଜଣେ ଦୁର୍ବୃତ୍ତ ଆଜି ଦାଦାବଟି ମାଗିଥିଲା। ସେ ଦାଦାବଟି ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ଆଜି ସନ୍ଧ୍ୟାରେ ତଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ବୋମାମାଡ଼ରେ ଗୌତ୍ତମ ଓ ତାଙ୍କ ମା ନିର୍ମଳା ପାତ୍ର(୫୬) ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ବଳିଆପଣ୍ଡା ଥାନା ଘଟଣାସ୍ଥଳରେ ପହଞ୍ଚି ଗୌତ୍ତମ ଓ ତାଙ୍କ ମା ନିର୍ମଳାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପରିବାର ପକ୍ଷରୁ ଏନେଇ ଅଭିଯୋଗ ହୋଇଥିବାବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର