୯୨ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ରାୟଗଡ଼ା : ଚାନ୍ଦିଲି ପୁଲିସ ରାୟଗଡ଼ା ବ୍ଲକ ଅନ୍ତର୍ଗତ କୋତାପେଟାର ଜଣକ ଘରୁ ଚୋରାରେ ବିକ୍ରି ପାଇଁ ଆଣିଥିବା ବହୁ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି। ଏହି ସଂପର୍କରେ ଥାନା ଆଇଆଇସି ମନୋଜ କୁମାର ବେହେରା କହିଛନ୍ତି ଯେ କୋତାପେଟାର ବୃନ୍ଦାବନ ଚୌଧୁରୀ ରାୟଗଡ଼ାରୁ ୯୨ଟି ବୋତଲରେ ମୋଟ ୨୭.୬୬୦ ଲିଟର ବିଦେଶୀ ମଦ କିଣି ଆଣି ଘର ଭିତରେ ରଖୁଥିବା ସମୟରେ ଧରାପଡ଼ିଥିଲା। ରାୟଗଡ଼ାରୁ ବିଦେଶ ମଦ କ୍ରୟ କରି ବେଆଇନ ଭାବେ ଗାଁରେ ବିକ୍ରି କରୁଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ଆଜି ରାୟଗଡ଼ାରୁ ବିଦେଶୀ ମଦ କ୍ରୟ କରି ଆଣିବା ସଂପର୍କରେ ସୂଚନା ପାଇ ପୁଲିସ ପୂର୍ବରୁ ଘର ନିକଟରେ ଛପି ରହିଥିଲେ। ତେବେ ବୃନ୍ଦାବନ ମଦ ବୋତଲ ସହ ଘରେ ପହଞ୍ଚିବା କ୍ଷଣି କାବୁ କରିଥିଲେ ବୋଲି ଚାନ୍ଦିଲି ଆଇଆଇସି ସୂଚନା ଦେଇଛନ୍ତି। ପୁଲିସ ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ କରି ବୃନ୍ଦାବନଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଥିବା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର