ପୁଣ୍ୟ ତୀର୍ଥ

ଏକ ଦେଶର ପାର୍ଲାମେଣ୍ଟ ପାଇଁ ଏବେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସେ ପାର୍ଲାମେଣ୍ଟ ହେଉଛି ଦନ୍ତହୀନ କିନ୍ତୁ ସେଠାରେ ଭୋଟ ଦେବା ହେଉଛି ବାଧୢତାମୂଳକ। ସେଠାରେ ବ୍ୟାଲଟ୍‌ ପେପର‌୍‌ରେ କେବଳ ଜଣେ ମାତ୍ର ପ୍ରାର୍ଥୀଙ୍କ ନାମ ଥାଏ, ତାଙ୍କର କୌଣସି ପ୍ରତିଦ୍ବନ୍ଦ୍ବୀ ରହିବା ପାଇଁ ବ୍ୟବସ୍ଥା ନାହିଁ। ତେବେ ମତଦାତାମାନଙ୍କ ସମ୍ମୁଖରେ ବିକଳ୍ପ କ’ଣ? ଯଦି ସେହି ଏକମାତ୍ର ପ୍ରାର୍ଥୀଙ୍କୁ ମତଦାତା ପସନ୍ଦ ନକରନ୍ତି- ତେବେ ତାଙ୍କ ପାଇଁ ଗୋଟିଏ ମାତ୍ର ବିକଳ୍ପ ଖୋଲା ରହିଥାଏ: ବ୍ୟାଲଟ୍‌ ପେପର‌୍‌ରେ ଥିବା ସେ ପ୍ରାର୍ଥୀଙ୍କ ନାମ ଉପରେ ସେ ଏକ ଛକି ପକାଇ ଦେଇ ପାରିବେ। ସେଠାରେ ଭୋଟ ଦାନ କିନ୍ତୁ ଗୋପନୀୟ ନୁହେଁ; ଗୋପନୀୟତାର ଆବଶ୍ୟକତା ବି କ’ଣ? ପ୍ରାର୍ଥୀ ତ ମାତ୍ର ଜଣେ, ତେଣୁ କିଏ ଭୋଟ ପାଇବ ତାହା ଜଣାଶୁଣା। ମତଦାନ ପରେ ସମସ୍ତ ମତଦାତା ଏକତ୍ର ହୋଇ ଦେଶାତ୍ମବୋଧକ ଉତ୍ସବ ପାଳନ କରିବାକୁ ହୋଇଥାଏ। ମନେ ହୋଇପାରେ ଏହି ସରଳ, ଏକଲା- ପ୍ରାର୍ଥୀ, ଖୋଲା ମତଦାନ ପ୍ରକ୍ରିୟାରେ ମତଦାତାମାନଙ୍କ ପ୍ରତି କୌଣସି ବିପଦ ନଥାଏ। ଏହା ପ୍ରକୃତରେ କିନ୍ତୁ ସେପରି ନୁହେଁ। ଯେଉଁ ମତଦାତାମାନେ ବ୍ୟାଲଟ୍‌ ପେପର‌୍‌ରେ ପ୍ରାର୍ଥୀଙ୍କ ନାମ ଉପରେ ଛକି ପକାଇଥାନ୍ତି, ସେମାନେ ପରବର୍ତ୍ତୀ ସମୟରେ ଦେଶର ଗୁପ୍ତ ପୁଲିସ୍‌ର ଶରବ୍ୟରେ ପରିଣତ ହୁଅନ୍ତି କିମ୍ବା ସେମାନଙ୍କୁୁ ପାଗଳ ଘୋଷଣା କରାଯାଏ। ଏଭଳି ଏକ ଦେଶ ଯେ ସ୍ବାଭାବିକ ଭାବରେ ଏକଛତ୍ର ଶାସନାଧୀନ, କମ୍ୟୁନିଷ୍ଟ ଦେଶ ହୋଇଥିବ, ଏଥିରେ କୌଣସି ସନ୍ଦେହ ନାହିଁ। ଦେଶଟି ହେଉଛି ଉତ୍ତର କୋରିଆ। ଏହା ଏକ ଚରମ ଉଦାହରଣ ହୋଇଥିଲେ ହେଁ ଚୀନ୍‌ରୁ ଭେନେଜୁଏଲା ପର୍ଯ୍ୟନ୍ତ ରବର‌୍‌ଷ୍ଟାମ୍ପ୍‌ ପାର୍ଲାମେଣ୍ଟ ପାଇଁ ପ୍ରାୟ ଏଇଭଳି ନକଲି ନିର୍ବାଚନମାନ ଅନୁଷ୍ଠିତ ହେବା ଦେଖା ଯାଇଥାଏ।
ଏହି ଦୃଷ୍ଟିରୁ ଦେଖିଲେ କୌଣସି ସନ୍ଦେହ ରହେ ନାହିଁ ଯେ ସମସ୍ତ ଅଭାବ ଅସୁବିଧା ସତ୍ତ୍ବେ ଭାରତୀୟମାନେ ହେଉଛନ୍ତି ପୃଥିବୀରେ ସବୁଠାରୁ ଭାଗ୍ୟବାନ କାରଣ ସେମାନେ ଗଣତନ୍ତ୍ରର ଉପାସନା ପାଇଁ ଯେଉଁଭଳି ବିଶାଳ ଆକାରର ଅସଲି ନିର୍ବାଚନମାନ ଆୟୋଜନ ପ୍ରାୟ ସାତ ଦଶନ୍ଧି ଧରି ସଫଳତାର ସହିତ ସମ୍ଭବ କରି ଚାଲିଛନ୍ତି, ତାହା ପୃଥିବୀର ଅନ୍ୟ କୌଣସି ଦେଶର ଚିନ୍ତାର ବାହାରେ। ରବିବାର ଦିନ ଘୋଷଣା କରାଯାଇଥିବା ୨୦୧୯ର ସାଧାରଣ ନିର୍ବାଚନ ଏହାର ଏକ ସଦ୍ୟତମ ଉଦାହରଣ। ପୃଥିବୀର ଇତିହାସରେ ଏହା ହେବ ବିଶାଳତମ ନିର୍ବାଚନ। ଏହି ନିର୍ବାଚନରେ ମତଦାନ କରିବା ପାଇଁ ପଞ୍ଜିକୃତ ଭୋଟର‌୍‌ମାନଙ୍କ ସ˚ଖ୍ୟା ହେଉଛି ୯୦ କୋଟି। ସୂଚନାଯୋଗ୍ୟ ଯେ ଆମ ଦେଶର ଏହି ମତଦାତାମାନଙ୍କର ସ˚ଖ୍ୟା ପ୍ରତ୍ୟେକ ଅନ୍ୟ ମହାଦେଶର ଲୋକ ସ˚ଖ୍ୟା ଅପେକ୍ଷା ଅଧିକ। ଏହି ମତଦାତାମାନଙ୍କ ମଧୢରୁ ୧୮-୧୯ ବର୍ଷ ବୟସ୍କ ଯୁବକମାନଙ୍କର ସ˚ଖ୍ୟା କେବଳ ହେଉଛି ପ୍ରାୟ ଦେଢ଼ କୋଟି।
ଭାରତ ଭଳି ଏକ ବିଶାଳ ଉପମହାଦେଶର ଏହି ବିଶାଳ ସ˚ଖ୍ୟକ ମତଦାତାମାନଙ୍କ ପାଇଁ ନିର୍ବାଚନ ଆୟୋଜନ କରିବା ଏକ ଅତିମାନବୀୟ କାର୍ଯ୍ୟ ଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଶ ସାରା ପ୍ରତିଷ୍ଠିତ ହେବ ପ୍ରାୟ ୧୦ ଲକ୍ଷ ମତଦାନ କେନ୍ଦ୍ର। ଏଠାରେ ବ୍ୟବହୃତ ହେବ ପ୍ରାୟ ୨୩ ଲକ୍ଷରୁ ଅଧିକ ବ୍ୟାଲଟ୍‌ ୟୁନିଟ୍‌, ୧୬ ଲକ୍ଷରୁ ଅଧିକ କଣ୍ଟ୍ରୋଲ ୟୁନିଟ୍‌ ଏବ˚ ପ୍ରାୟ ୧୭.୪ ଲକ୍ଷ ‘ଭିଭିପାଟ୍‌’ (ଭୋଟର‌୍‌ ଭେରିଫାଏବ୍ଲ ପେପର‌୍‌ ଅଡିଟ୍‌ ଟ୍ରେଲ୍‌) ମେସିନ୍‌। ଏଠାରେ ମତଦାନ ହେଉଛି ଗୋପନୀୟ, କାରଣ ତାହା ମତଦାତାର ସ୍ବାଧୀନତା ବଜାୟ ରଖିଥାଏ ଏବ˚ ସେଥିସହିତ ପେପର‌୍‌ ଅଡିଟ୍‌ ଟ୍ରେଲ୍‌ ମତଦାନରେ ଜାଲିଆତି ସମ୍ଭାବନା ଦୂରୀଭୂତ କରିଥାଏ। ଏପରିକି ଇଭିଏମ୍‌ ମେସିନ୍‌ ସବୁର ନିରାପତ୍ତା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେଗୁଡିକର ଜିପିଏସ୍‌ ଟ୍ରାକି˚ ପାଇଁ ମଧୢ ବ୍ୟବସ୍ଥା କରାଯାଇଛି। ନିରାପତ୍ତା ରକ୍ଷୀଙ୍କୁ ମିଶାଇ ପ୍ରାୟ ୧୧ ନିୟୁତ ମତଦାନ କର୍ମଚାରୀଙ୍କୁ ମିଶାଇ ଗୋଳାଇ ନିୟୋଜିତ କରାଯିବ ଯେପରି ସେମାନଙ୍କର ନିରପେକ୍ଷତା ଅବ୍ୟାହତ ରହିବ। ଏମାନଙ୍କୁ ଏବ˚ ଏମାନଙ୍କ ସହିତ ମତଦାନ ଉପକରଣ ସବୁକୁ ଠିକଣା ସମୟରେ ମତଦାନ କେନ୍ଦ୍ର ମାନଙ୍କରେ ପହଞ୍ଚାଇବା ତଥା ମତଦାନ ସମ୍ପୂର୍ଣ୍ଣ ହେବା ପରେ ସେଠାରୁ ଅପସାରିତ କରିବା ଅତ୍ୟନ୍ତ ଦୁରୂହ କାର୍ଯ୍ୟ ହୋଇଥିଲେ ହେଁ ସେଥିରେ କେବେ ହେଲେ ଖିଲାପ ହେବା ପ୍ରାୟ ଦେଖାଯାଏ ନାହିଁ। ଏମାନଙ୍କୁ ନେବା ଆଣିବାରେ ନିୟୋଜିତ ହେବେ ପ୍ରାୟ ୧୨୦ଟିରୁ ଅଧିକ ଟ୍ରେନ୍‌ର ୩,୦୦୦ ସରିକି କୋଚ୍‌, ୨ ଲକ୍ଷ ବସ୍‌ ଓ କାର‌୍‌ ଏବ˚ ହାତୀ, ଓଟରୁ ଆରମ୍ଭ କରି ପ୍ଲେନ୍‌ରୁ ହେଲିକପ୍ଟର‌୍‌ ପର୍ଯ୍ୟନ୍ତ। ଦେଶରେ ଅନେକ ଏପରି ସ୍ଥାନରେ ମତଦାନ କେନ୍ଦ୍ର ରହିଥାଏ ଯେଉଁଠି ଉପରୋକ୍ତ କୌଣସିଟି ପରିବହନ ମାଧୢମ ଦ୍ବାରା ପହଞ୍ଚି ହେବ ନାହିଁ। ହଜାର ହଜାର ଏପରି ମତଦାନ କର୍ମଚାରୀ ଟିମ୍‌ ଅଛନ୍ତି ଯେଉଁମାନଙ୍କୁ ଦୁଇ ତିନି ଦିନ ପାଦରେ ଚାଲି ଚାଲି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ହୁଏ, ସତେ ଯେମିତି ସେମାନେ ହେଉଛନ୍ତି ତୀର୍ଥଯାତ୍ରୀ ଓ ମତଦାନ କେନ୍ଦ୍ର ହେଉଛି ପୁଣ୍ୟତୀର୍ଥ।
ଏପରି ଏକ ବ୍ୟାପକ ଓ ବିଶାଳ ପ୍ରକ୍ରିୟା ପାଇଁ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବା ମଧୢ ଏକ ଅତ୍ୟନ୍ତ ଜଟିଳ କାର୍ଯ୍ୟ। ଅନେକ ସମ୍ଭାବ୍ୟ କାରଣମାନଙ୍କୁ ବିଚାରକୁ ନେଇ ଏ ନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ଅଶେଷ ଦୂରଦୃଷ୍ଟି ଆବଶ୍ୟକ ହୋଇଥାଏ। କେବଳ ମତଦାନ ଆୟୋଜନର ସୁବିଧା ନୁହେଁ, ମତଦାତାମାନଙ୍କର ସୁବିଧା ଅସୁବିଧାକୁ ମଧୢ ଧୢାନ ଦେବା ଦରକାର ହୋଇଥାଏ। ଲକ୍ଷ ଲକ୍ଷ ସ୍କୁଲ ଘର ଏବ˚ ଶିକ୍ଷକମାନଙ୍କୁ ମତଦାନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ପରୀକ୍ଷା ଥିବାରୁ ମାର୍ଚ୍ଚ ମାସରେ ନିର୍ବାଚନ ଅନୁଷ୍ଠିତ ହେବାର ପ୍ରଶ୍ନ ନଥାଏ। ପାଣିପାଗ ଅବସ୍ଥା, ଚାଷବାସ ପରିସ୍ଥିତି, ଧର୍ମୀୟ ଓ ସାମାଜିକ ପର୍ବପର୍ବାଣି ଆଦିକୁ ଦୃଷ୍ଟିରେ ରଖି ମତଦାନ ଦିନ ସ୍ଥିର କରାଯାଇଥାଏ ଯେପରି ସେ ସବୁର ମତଦାନ ଉପରେ କିମ୍ବା ମତଦାନର ସେସବୁ ଉପରେ ପ୍ରତିକୂଳ ପ୍ରଭାବ ନପଡେ଼। ଉପଲବ୍ଧ ନିରାପତ୍ତା କର୍ମୀମାନଙ୍କ ସ˚ଖ୍ୟାକୁ ଦୃଷ୍ଟିରେ ରଖି ମତଦାନକୁ କେତେ ପାଳିରେ ବିଭକ୍ତ କରାଯିବ, ତାହା ସ୍ଥିର କରାଯାଏ। ସର୍ବୋପରି ନିର୍ବାଚନ ନିର୍ଘଣ୍ଟ ଘୋଷଣା ହେବା ମାତ୍ରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଉଥିବାରୁ ଅନେକ ପ୍ରଶାସନିକ କାର୍ଯ୍ୟ ଏବ˚ ନୂତନ ଉନ୍ନୟନ କାର୍ଯ୍ୟ ସବୁ ବନ୍ଦ ହୋଇଯାଏ। ଏଭଳି କ୍ଷତିକୁ ସର୍ବନିମ୍ନ ସମ୍ଭବ ସ୍ତରରେ ରଖିବା ଭଳି ନିର୍ବାଚନ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥାଏ। ଯଦିବା ଏ ନେଇ ବିଭିନ୍ନ ପ୍ରକାର ଅଭିଯୋଗ କରାଯିବା ହେଉଛି ରାଜନୀତିର ଅ˚ଶବିଶେଷ, ସ୍ବାଧୀନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ନିର୍ବାଚନ କମିସନ ଏ ଦେଶରେ ନିର୍ବାଚନର ପବିତ୍ରତାକୁ ଏପରି ରକ୍ଷା କରି ଆସିଛନ୍ତି ଯାହା ସାରା ଦୁନିଆ ପାଇଁ ଈର୍ଷାର ବିଷୟ ହୋଇଛି। ଭାରତୀୟମାନେ ପୁଣି ଥରେ ଏ ପବିତ୍ର କାର୍ଯ୍ୟରେ ଅ˚ଶଗ୍ରହଣ କରିବା ପାଇଁ ସଗର୍ବରେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର