ଅପାତ୍ରରେ ଦାନ

କଥାଟିଏ ଯାଯାବର

ଥରେ ଜଣେ ସିଦ୍ଧ ପୁରୁଷ ଓ ତାଙ୍କ ଚେଲା ଯାଉଥିବା ବେଳେ ଜଣେ ଅସହାୟ ଦୃଷ୍ଟିହୀନ ବ୍ୟକ୍ତିକୁ ‌େଦଖିଲେ। ତାହା ଦେଖି ଚେଲା ଜଣକ ଦୟା ବିଗଳିତ ହୋଇ ସିଦ୍ଧ ପୁରୁଷଙ୍କୁ କହିଲା- ମହାତ୍ମା, ଆପଣଙ୍କର ତ ଅଲୌକିକ ଶକ୍ତି ରହିଛି। ଏହାର ଦୃଷ୍ଟି ଶକ୍ତି ଫେରାଇ ଦେବେ କି?

ସିଦ୍ଧ ପୁରୁଷ କହିଲେ- ଏହା କିନ୍ତୁ ଉଚିତ ହେବନାହିଁ।
ତେ‌େବ, ଚେଲା ଥିଲା ନଛୋଡ଼ବନ୍ଦା। ସେ ବାରମ୍ବାର ଅନୁରୋଧ କଲା। ଶେଷରେ ସିଦ୍ଧ ପୁରୁଷ ନିଜ ଶକ୍ତି ପ୍ରୟୋଗ କରି ତାର ଦୃଷ୍ଟି ଶକ୍ତି ଫେରାଇ ଦେଲେ। ଦୃଷ୍ଟି ଶକ୍ତି ପାଇବା ପରେ ବ୍ୟକ୍ତି ଜଣକ ଅତ୍ୟନ୍ତ ଉଲ୍ଲସିତ ହୋଇ ଶତ କୃତଜ୍ଞତା ଜଣାଇ ଚାଲିଗଲା।
ଅ‌େନକ ବର୍ଷ ପରେ ଦିନେ ସିଦ୍ଧ ପୁରୁଷ ଓ ଚେଲା ପୁଣି ସେଇ ବାଟରେ ଯାଉଥିବା ବେଳେ ଜଣେ ନିଶାଗ୍ରସ୍ତ ବ୍ୟକ୍ତିକୁ ମାଟିରେ ପଡ଼ି ଥିବାର ଦେଖିଲେ। ସେମାନେ ଶୁଣିଲେ ଯେ ପାଖ ଦେଇ ଚାଲିଯାଉଥିବା କିଛି ଗ୍ରାମବାସୀ ଅଭିସଂପାତ ବର୍ଷଣ କରୁଛନ୍ତି- ଏ ଦୁଶ୍ଚରିତ୍ର ନିଶାସକ୍ତର ମୃତ୍ୟୁ ହୁଅନ୍ତା କି?

ସିଦ୍ଧ ପୁରୁଷ ଏବେ ଚେଲାକୁ ପଚାରିଲେ- ୟେ କିଏ ଚିହ୍ନି ପାରୁଛ?
ଚେଲା ନାସ୍ତି ସୂଚକ ଭାବେ ମୁଣ୍ଡ ହଲାଇଲା।

ସିଦ୍ଧ ପୁରୁଷ କହିଲେ- ୟେ ସେହି ଲୋକ ଯାହାର ଆଖି ଆମେ ଭଲ କରିଥିଲେ। ଆଖି ପାଇବା ପରେ ସେ ଭାବିଲା, ଏତେ ଭଲ ଆଖି ମିଳିଲା; ଏଥିରେ ଯଦି ନାରୀର ସୌନ୍ଦର୍ଯ୍ୟ ଉପଭୋଗ କରି ନ ପାରିବି, ତେବେ ଲାଭ କ’ଣ? ତେଣୁ ‌େସ ସୁନ୍ଦରୀମାନଙ୍କ ପଛରେ ଗୋଡ଼ାଇଲା, ବେଶ୍ୟା ଓ ନିଶାସକ୍ତ ହେଲା। ଆଜି ତାର ଅବସ୍ଥା ଦେଖ କେମିତି ହୋଇଛି? ଜଣକ ପାଖରେ ଯାହା ନ ଥାଏ, ତାହା ତାକୁ ଦେଇ‌ ତୁୁମେ ନିଜକୁ ବଡ଼ ଉପକାରୀ ବୋଲି ଭାବନାହିଁ। ଅଧିକାଂଶ ସ୍ଥଳେ ତାହା ଅପାତ୍ରରେ ଦାନ ଭଳି ହୋଇଥାଏ।

ସମ୍ବନ୍ଧିତ ଖବର