ଏହି କାରଣରୁ ୟଶ ଚୋପ୍ରାଙ୍କ ବଙ୍ଗଳା ଛାଡ଼ିଲେ ଆଦିତ୍ୟ ଓ ରାଣୀ ମୁଖାର୍ଜୀ
ମୁମ୍ବାଇ : ୟଶ ରାଜ ଫିଲ୍ମସ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ତଥା ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଏବେ ନିଜ ବାପାଙ୍କ ଘର ଛାଡ଼ିଥିବା ଜଣା ପଡ଼ିଛି । ମିଡିଆରେ ଚର୍ଚ୍ଚାରେ ରହୁ ନଥିବା ଆଦିତ୍ୟ ଏବେ ଘର ଛାଡ଼ିବାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ଆଦିତ୍ୟ ନିଜ ପରିବାର ସହ ନୂଆ ଘରକୁ ସିପ୍ଟ କରିଥିବା ବେଳେ ଗୃହ ପ୍ରବେଶ ମଧ୍ୟ ଶେଷ ହୋଇଛି । ତେବେ ନୂଆ ଘରଟି ୟଶ ଚୋପ୍ରାଙ୍କ ବଙ୍ଗଳା ପାଖରେ ବୋଲି ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଦିତ୍ୟ ଏବଂ ତାଙ୍କ ପତ୍ନୀ ରାଣୀ ମୁଖାର୍ଜୀ ନିଜର ବିଳାସପୂର୍ଣ୍ଣ ଘରର ସ୍ୱପ୍ନ ଦେଖିଥିବା ବେଳେ ତାହା ଏବେ ସାକାର ହୋଇଛି । ଯାହା ପରେ ତୁରନ୍ତ ଦୁହେଁ ପରିବାର ସହ ନୂଆ ଘରକୁ ଚାଲି ଯାଇଛନ୍ତି । ପୁରୁଣା ବଙ୍ଗଳାଟି ଜୁହୁରେ ଥିବା ବେଳେ ନୂଆ ଘର ୨ମିନିଟ୍ ଦୂରରେ ଥିବା ଜଣା ପଡ଼ିଛି । ରାଣୀଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ, ସେ ଶେଷଥର ପାଇଁ ଫିଲ୍ମ ‘ହିଚ୍କି’ରେ ନଜର ଆସିଥିଲେ । ଏବେ ଖୁବ୍ ଶୀଘ୍ର ସେ ‘ମର୍ଦାନୀ-୨’ର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।