ଅଶାଳୀନ ଭାବେ ଦେଖୁଥିବାର ଆରୋପ ଲଗାଇଥିଲେ ଇଶା, ଏବେ ମାନହାନୀ ମକଦ୍ଦମା ରୁଜୁ କଲେ ବ୍ୟବସାୟୀ
ମୁମ୍ବାଇ : କିଛି ଦିନ ତଳେ ଜଣେ ହୋଟେଲର ମାଲିକଙ୍କ ଉପରେ ଅସଦାଚରଣର ଆରୋପ ଲଗାଇଥିଲେ ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତା । ନିଜ ବନ୍ଧୁମାନଙ୍କୁ ନେଇ ଫିଲ୍ମ ରିଲିଜ୍ ହେବାର ଖୁସି ପାଳନ କରିବାକୁ ଇଶା ହୋଟେଲ ଯାଇଥିବା ବେଳେ ତାଙ୍କ ସହ ଏଭଳି ଘଟିଥିବା ବିଷୟରେ ଇଶା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଥିଲେ । ଜୁଲାଇ ୬ରେ ଇଶା ଟୁଇଟ୍ କରି ଘଟଣା ବିଷୟରେ ଜଣାଇବା ପରେ ସେ ନେଇ ଇଶାଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି ହୋଟେଲର ମାଲିକ । ବୟାନ ରଖିବା ପାଇଁ ଅଦାଲତ ପକ୍ଷରୁ ଅଗଷ୍ଟ ୨୮କୁ ତାରିଖ ଧାର୍ଯ୍ୟ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
A businessman has filed a criminal defamation complaint before Delhi’s Saket Court against Bollywood actress Esha Gupta after she accused him of sexual misconduct. Court has posted the matter for 28th August for recording of pre- summoning evidence of the complainant.
— ANI (@ANI) July 20, 2019
ସୂଚନା ମୁତାବକ, ଜୁଲାଇ ୫ରେ ଫିଲ୍ମ ‘ଓ୍ଵାନ ଡେ ଜଷ୍ଟିସ ଡେଲିଭର୍ଡ’ ରିଲିଜ୍ ହେବା ପରେ ନିଜ ବନ୍ଧୁମାନଙ୍କୁ ନେଇ ହୋଟେଲ ପହଞ୍ଚିଥିଲେ ଇଶା । ସେଠାରୁ ଫେରି ଟୁଇଟ୍ କରି ସେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ । ଟୁଇଟ୍ରେ ସେ ଲେଖିଥିଲେ, ଯଦି ମୋ ଭଳି ଜଣେ ମହିଳା ଅସୁରକ୍ଷିତ ମନେ କରୁଛନ୍ତି, ତେବେ ଦେଶରେ ଥିବା ଅନ୍ୟ ମହିଳା କିଭଳି ଅନୁଭବ କରୁଥିବେ । ମୋ ସହ ଦୁଇଟି ଗାର୍ଡ ଥାଇ ମଧ୍ୟ ମୁଁ ଡରିଥିଲି । ରୋହିତ ଆଖିରେ ହିଁ ମୋ ସହ ଦୁଷ୍କର୍ମ କରିଥିଲେ । ରୋହିତଙ୍କ ଭଳି ଲୋକ, ଯିଏ ମହିଳାଙ୍କୁ ଦେଖିବା ସହ ତାଙ୍କୁ ଅସହଜ ମନେ କରାଇଥାନ୍ତି । ଏଭଳି କରିବା ସେମାନଙ୍କୁ କିଛି ଭୁଲ ବୋଲି ଲାଗେ ନାହିଁ । ସେ ମୋତେ ଛୁଇଁ ନାହାନ୍ତି କି କିଛି କହି ନାହାନ୍ତି । କିନ୍ତୁ ତାଙ୍କ ନଜର ଦ୍ୱାରା ସେ ବହୁତ କିଛି କରି ସାରିଥିଲେ ବୋଲି ଲେଖିଛନ୍ତି ଇଶା ।