ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅଭିଷେକ ବଚ୍ଚନ

ଚେନ୍ନାଇ: ଦକ୍ଷିଣ ଭାରତର ସୁପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌.ଶଙ୍କର ୨୨ବର୍ଷ ତଳେ ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ‘ଇଣ୍ଡିଆନ୍‌’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଥିଲେ,ଯାହା ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ଏବେ ଏହି ସିନେମାର ରିମେକ୍‌ର ସୁଟିଂ ଆରମ୍ଭ କରିଛନ୍ତି ଏସ୍‌.ଶଙ୍କର। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ପିଲ୍ମରେ ଅଭିଷେକ ବଚ୍ଚନଙ୍କୁ ଲିଡ୍‌ ରୋଲରେ ନିଆଯାଇଛି। ତେବେ ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା ଏଯାଏଁ କରାଯାଇ ନାହିଁ।

କୁହାଯାଉଛି ‘ଇଣ୍ଡିଆନ୍‌-୨’ରେ ଅଭିଷେକ ବଚ୍ଚନ ତାମିଲ ସିନେମାରେ ଡେବ୍ୟୁ କରିବେ। ଏହା ପୂର୍ବରୁ ଖବର ମିଳିଥିଲା କି ଏହି ପିଲ୍ମରେ କମଲ ହାସନଙ୍କ ବ୍ୟତୀତ ତାମିଲ ଷ୍ଟାର୍‌ ସିମ୍ବୁଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ମାତ୍ର ସିମ୍ବୁ ଏଥିରୁ ଓହରି ଯାଇଥିଲେ। ତା’ପରେ ସେହି ଚରିତ୍ର ନିଭାଇବା ପାଇଁ ନିର୍ଦ୍ଦେଶକ ଏସ୍‌.ଶଙ୍କର ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାରଙ୍କୁ ଅଫର୍‌ ଦେଇଥିଲେ,ମାତ୍ର ଡେଟ୍‌ସ ସମସ୍ୟା ହେତୁ ସେ ଦୁହେଁ ମନା କରିଥିଲେ। ତା’ପରେ ଅଭିଷେକ ବଚ୍ଚନଙ୍କୁ ଏହି ପ୍ରସ୍ତାବ ମିଳିଥିଲା। ଖୁବ୍‌ କମ୍‌ ଫିଲ୍ମରେ ନଜର ଆସୁଥିବା ଅଭିଷେକ କିନ୍ତୁ ତତ୍‌କ୍ଷଣାତ୍‌ ରାଜି ହୋଇଛନ୍ତି। ଏହି ପିଲ୍ମରେ କାଜଲ ଅଗ୍ରଓ୍ଵାଲଙ୍କୁ ନାୟିକା ଭୂମିକାରେ ନିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର