ମୁମ୍ବାଇ: ସୋସିଆଲ୍ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଅଭିଷେକ ବଚ୍ଚନ ଟୁଇଟ୍ରେ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ କନ୍ୟା ଆରାଧ୍ୟା ବଚ୍ଚନଙ୍କର ସମାଲୋଚନା ଦେଖିବା ପରେ ଖୁବ୍ କ୍ଷୁବ୍ଧ ହୋଇଛନ୍ତି। ତାଙ୍କ ପତ୍ନୀ ଓ କନ୍ୟାକୁ ସମାଲୋଚନା କରିଥିବା ମହିଳାଙ୍କୁ ଅଭିଷେକ ଉଚିତ ଜବାବ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ହେଉଛି ସେରିଏନ୍ ପାଟାଡିଏନ୍ ନାମକ ଜଣେ ମହିଳା ଟୁଇଟର୍ରେ ଐଶ୍ୱର୍ଯ୍ୟ ଏବଂ ତାଙ୍କ ଝିଅ ଆରାଧ୍ୟଙ୍କୁ କେନ୍ଦ୍ର କରି ଏକ ବିବାଦୀୟ ଟୁଇଟ୍ କରିଥିଲେ। ମହିଳା ଜଣକ ତାଙ୍କ ଟୁଇଟ୍ରେ ଲେଖିଥିଲେ, ‘ଆପଣଙ୍କ ପିଲା ସ୍କୁଲ୍ ଯାଉନାହିଁ କି? ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ମାଆ ଐଶ୍ୱର୍ଯ୍ୟାଙ୍କ ସହ ଯେଉଁ ସମୟରେ ନାହିଁ ସେହି ସମୟରେ ବାହାରକୁ ବୁଲି ଯିବାକୁ ସ୍କୁଲ୍ ଅନୁମତି ଦେଉଛି କେମିତି? ନା ଆପଣ ଜ୍ଞାନ ବିନା ସୌନ୍ଦର୍ଯ୍ୟ ଉପରେ ଗୁରୁତାରୋପ କରୁଛନ୍ତି? ସବୁବେଳେ ଅହଂକାରୀ ମାଆର ହତ ଧରି ଚାଲୁଛି। ତା’ର ଗୋଟେ ସାଧାରଣ ପିଲାଳିଆମି ନାହିଁ କି?
ମହିଳାଙ୍କର ଏହି ଟୁଇଟ୍ର ଜବାବରେ ଅଭିଷେକ ଲେଖିଛନ୍ତି, ‘ମ୍ୟାଡାମ! ମୁଁ ଯେତିକି ଜାଣିଛି ସପ୍ତାହକୁ ଗୋଟାଏ ଦିନ ଛୁଟି ଥାଏ। ସେ ତା’ର ସ୍କୁଲ୍ ଦିନମାନଙ୍କରେ ସ୍କୁଲ୍ ଯାଉଛି। ଆପଣ ଲେଖିଥିବା ଟୁଇଟ୍ରେ ଆପଣ ଆପଣଙ୍କ ବନାନ ପ୍ରତି ଦୃଷ୍ଟି ନିକ୍ଷେପ କରନ୍ତୁ।’
ମହିଳା ଜଣକ ଅଭିଷେକଙ୍କ ଉତ୍ତର ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଅନେକ ଲୋକ ଏମିତି ଭାବୁଛନ୍ତି ହେଲେ କହିପାରୁନାହାନ୍ତି। ପାରୁଛନ୍ତି ଯଦି ଆରାଧ୍ୟର କିଛି ସାଧାରଣ ପିଲାଙ୍କ ପରି ଫଟୋ ଦିଅନ୍ତିୁ। ଯେଉଁଥିରେ ସେ ତାଙ୍କ ମାଆଙ୍କ ହାତ ଧରିନଥିବେ।
ମହିଳାଙ୍କର ବଚ୍ଚନ ପରିବାର ପ୍ରତି ଏପରି ଅପମାନସୂଚନ ଟୁଇଟ୍ ପରେ ଟୁଇଟର୍ରେ ଅନେକ ଫ୍ୟାନ୍ସ ଏହାର ଉତ୍ତର ଦେଇଛନ୍ତି। ଅଭିଷେକ, ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ସମର୍ଥନ କରି ମହିଳାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମଧ୍ୟ।
Ma’am, as far as I know… Most schools are shut for the week-end. She goes to school on the weekdays. Maybe you should try it considering you spelling in your tweet.
— Abhishek Bachchan (@juniorbachchan) December 4, 2017