୧୭ବର୍ଷ ବୟସରୁ ଐଶ୍ୱର୍ଯ୍ୟାଙ୍କ ପାଇଁ ପାଗଳ ଥିଲେ ଏହି ଅଭିନେତା, ନିଜ ହାତରେ ଆଙ୍କିଥିଲେ ତାଙ୍କର ସୁନ୍ଦର ଚିତ୍ର

ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବୟସର ଛାପ ତାଙ୍କ ସୌନ୍ଦର୍ଯ୍ୟ ଉପରେ ଆଦୌ ପଡ଼ିବାକୁ ଦେଇ ନାହାନ୍ତି। ଏଥିପାଇଁ ଯୁବକଳାକାରମାନେ ବି ଐଶ୍ୱର୍ଯ୍ୟାଙ୍କ ସହ ଅଭିନୟ କରିବାକୁ ପସନ୍ଦ କରି ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ରଣବୀର କପୁର ଐଶ୍ୱର୍ଯ୍ୟାଙ୍କୁ ବସାଇ ତାଙ୍କ ପେଣ୍ଟିଂ ଆଙ୍କିବାର ଦେଖିବାକୁ ମିଳୁଛି। ଫଟୋଟି ଫିଲ୍ମ ‘ଆ ଅବ ଲୌଟ ଚଲେଂ’ର ସୁଟିଂ ସେଟର ଥିବା ଜଣାପଡ଼ିଛି। ରଣବୀରଙ୍କ ବୟସ ସେତେବେଳେ ୧୭ବର୍ଷ ଥିଲା। ସେବେଠାରୁ ରଣବୀର ଐଶ୍‌ଙ୍କ ପାଇଁ ପାାଳନ ଥିଲେ, ଓ ତାଙ୍କ ସହ ସିନେମା କରିବା ପାଇଁ ବହୁତ ଇଚ୍ଛା ରଖିଥିଲେ। ଐଶ୍‌ ବି ରଣବୀରକୁ ପସନ୍ଦ କରନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ।

ଆଉ ଐଶଙ୍କ ସହ ଅଭିନୟ କରିବାର ରଣବୀରଙ୍କର ଇଚ୍ଛାକୁ ନିର୍ମାତା କରଣ ଜୋହର ଫିଲ୍ମ ‘ଏ ଦିଲ ହୈ ମୁସକିଲ’ରେ ପୂରଣ କରିଥିଲେ। ଏଥିରେ ରଣବୀର ଓ ଅନୁଷ୍କାଙ୍କ ସହ ଐଶ ଜଣେ ଅତିଥୀ କଳାକାର ଭାବେ ନଜର ଆସିଥିଲେ। ସ୍ୱଳ୍ପ ସମୟ ପାଇଁ ଏହି ଯୋଡ଼ି ପରଦାରେ ଆସିଥିଲେ ହେଁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

 

ସମ୍ବନ୍ଧିତ ଖବର