ଶାରୀରିକ ଅସୁସ୍ଥତା ପାଇଁ କଫି କପଟେ ବି ଉଠାଇ ପାରୁ ନାହାନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : ଫିଲ୍ମ ‘ରେଡ଼୍‍’ ପରେ ଏବେ ବଲିଉଡ଼ ଅଭିନେତା ଅଜୟ ଦେବଗନ ନିଜର ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ନିଜର ଚରିତ୍ର ଏବଂ ଆକ୍ସନ ସିକ୍ୟୁଏନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଜୟ ଏବେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆଲୋଚନାରେ ଅଛନ୍ତି । ସୁଟିଂ ସମୟରେ ତାଙ୍କ ଦେହ ହଠାତ୍‌ ଖରାପ ହୋଇ ଯାଇଥିବା ଜଣାପଡ଼ିଛି । ଯାହା ଫଳରେ ସେ ଏବେ ଏକ କଫି କପ୍‌ ଉଠାଇବା ପାଇଁ ସମର୍ଥ ନୁହନ୍ତି । ଅଜୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସୁଟିଂକୁ କିଛି ଦିନ ବାତିଲ କରାଯିବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ତାଙ୍କୁ ହୋଇଥିବା ରୋଗର ଚିକିତ୍ସା ପାଇଁ ଜର୍ମାନୀ ଯିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

The Indian Express

ଅଜୟଙ୍କର ଟେନିସ୍‌ ଏଲ୍‌ବୋ(କହୁଣୀ)ରେ ସମସ୍ୟା ଥିବାରୁ ସେ କୌଣସି କାମ କରି ପାରୁ ନ ଥିବା ବେଳେ ଅଭିନେତା ଅନିଲ କପୁର ତାଙ୍କୁ ଜର୍ମାନୀ ଯାଇ ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏ ସବୁ ସମସ୍ୟା ଭିତରେ ଅଜୟଙ୍କ ଫିଲ୍ମର ସୁଟିଂ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ ମାଧୁରୀ ଦୀକ୍ଷିତ୍‌ ଏବଂ ଅନିଲ କପୁର,ତବୁ,ରାକୁଲ ପ୍ରୀତ୍‌, ଜିମ୍ମୀ ସେର୍‌ଗିଲ୍‌ ମଧ୍ୟ ନଜର ଆସିବେ ବୋଲି ଜଣାପଡ଼ିଛି । ଦୀର୍ଘ ୧୮ବର୍ଷ ପରେ ମାଧୁରୀ ଦୀକ୍ଷିତ୍‌ ଏବଂ ଅନିଲ କପୁର ଏକା ସାଙ୍ଗରେ ସ୍କ୍ରିନ ସେୟାର କରୁଛନ୍ତି ।

ସମ୍ବନ୍ଧିତ ଖବର