ପୁଲଓ୍ଵାମା ଆକ୍ରମଣ ପରେ ଅଜୟ ଦେବଗନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିବା ପରେ ଲୋକେ କରୁଛନ୍ତି ପ୍ରଶଂସା

ମୁମ୍ବାଇ: ସାରା ଦେଶ ଫେବୃଆରୀ ୧୪ରେ ଘଟିଥିବା ଆତଙ୍କୀ ହାମ୍‌ଲାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ପ୍ରତିଶୋଧର ନିଆଁରେ ଜଳୁଛି ସାରା ଦେଶ । ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏବେ ସରକାର ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଅଭିନେତା ଅଜୟ ଦେବ୍‌ଗନ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ପାକିସ୍ତାନର ଏଭଳି ଅମାନବିକ ଘଟଣା ପରେ ଅଜୟ ଦେବ୍‌ଗନ୍‌ଙ୍କ ରିଲିଜ୍‌ ହେବାକୁ ଥିବା ଫିଲ୍ମ ଟୋଟାଲ ଧମାଲ ପାକିସ୍ତାନରେ ରିଲିଜ୍‌ କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି ।

ଟୁଇଟରରେ ଅଜୟ ଦେବଗନ୍‌ ଏହି ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫେବୃଆରୀ ୨୨ରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ଏବେ ପାକିସ୍ତାନର ବାସିନ୍ଦା ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ ନାହିଁ । ଅଜୟଙ୍କ ଏଭଳି ନିଷ୍ପତ୍ତିି ତାଙ୍କ ପ୍ରଶଂସକଙ୍କ ସମେତ ଅନେକଙ୍କୁ ଖୁସି କରାଇ ପାରିଛି । ଜଣେ ବ୍ୟବହାରକାରୀ ସାର୍‌ ଆପଣ ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି । ଆପଣଙ୍କ ଟିମ୍‌ ଉପରେ ଆମେ ଗର୍ବିତ ବୋଲି ଲେଖିଥିବା ବେଳେ ଆଉ ଜଣେ ଅଜୟଙ୍କ ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର