ଅଭିଷେକଙ୍କଠୁଁ ଫୁଟ୍‌ବଲ ଟ୍ରେନିଂ ନେଉଛନ୍ତି ଅମିତାଭ !

ମରାଠୀ ଫିଲ୍ମ ‘ ସୈରାଟ୍‌ ’ରେ ପ୍ରଥମ ଥର ପାଇଁ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଜଣେ ଫୁଟ୍‌ବଲ କୋଚ୍‌ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଅନୁଯାୟୀ ଅମିତାଭ ବଚ୍ଚନ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ନ ଥିବା ପିଲାମାନଙ୍କୁ ଫୁଟ୍‌ବଲ ଶିଖାଉଛନ୍ତି । ସେମାନଙ୍କର ସ୍ୱପ୍ନ ସାକାର କରୁଛନ୍ତି ଅମିତାଭ ।
ଏହି ମରାଠୀ ସିନେମାରେ ନିଜର ଭୂମିକାକୁ ଜୀବନ୍ତ କରିବା ଲାଗି ନିଜେ ଅଭିତାଭ ବଚ୍ଚନ ଫୁଟ୍‌ବଲ ଶିଖୁଛନ୍ତି । ତାଙ୍କୁ କିଏ ଫୁଟ୍‌ବଲ ଖେଳ ଶିଖାଉଛନ୍ତି, ଜାଣନ୍ତି କି? ହଁ ଜୁନିଅର୍‌ ବଚ୍ଚନ ଓରଫ ଅଭିଷେକ ବଚ୍ଚନ ଅମିତାଭଙ୍କର ଫୁଟ୍‌ବଲ କୋଚ୍‌ର ଦାୟିତ୍ୱ ନେଇଛନ୍ତି । ଅମିତାଭ ପୁଅ ଅଭିଷେକଙ୍କଠୁଁ ଫୁଟ୍‌ବଲ ଟ୍ରେନିଂ ନେଉଛନ୍ତି । ଅଭିଷେକଙ୍କର ଖେଳରେ ଖୁବ୍‌ ଆଗ୍ରହ ଥିବା ହେତୁ ଏପରି ଘଟିଥିବା ଜଣାଯାଇଛି । ‘ ସୈରାଟ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗରାଜ୍‌ ମଂଜୁଲେ ।

ସମ୍ବନ୍ଧିତ ଖବର